STORYMIRROR

Kalpana Satpathy

Abstract Drama Children

3  

Kalpana Satpathy

Abstract Drama Children

ମୋ ପିଲାଦିନ ସାଥୀ

ମୋ ପିଲାଦିନ ସାଥୀ

1 min
133

ମୋ ପିଲାଦିନ ସାଥୀଟିଏ ଥିଲା

ଖେଳୁଥିଲୁ ସାଥୀ ହୋଇ

ସବୁଜିମା ଭରା ପ୍ରାନ୍ତରେ

ଆକାଶଟା ଥିଲା ଯେପରି

ଆମ ପାଇଁ ହାତ ମୁଠାରେ

ଖୁସି ସବୁ ବାଣ୍ଟୁଥିଲୁ ଆମେ

ତରୁ ତୃଣ ପାଶେ ନିର୍ଭୟରେ

ମନଖୋଲା ହସରେ।

ନା ଥିଲା ପ୍ରତିବନ୍ଧକର କିଛି ସୂଚନା

ନା କିଛି ବିଦୀର୍ଣ୍ଣ ମୁହୂର୍ତ୍ତ

ମୁକ୍ତ ବିହଙ୍ଗ ପରି ଡେଣା ଝାଡ଼ି

ବୁଲୁଥିଲୁ ଅବିରତେ ସୁଖର

ବେଳାଭୂମି ପରେ ପଥ ପ୍ରାନ୍ତେ

ରଚୁଥିଲୁ ବାଲିଘର ସଭିଙ୍କ

ଆଢ଼ୁଆଳରେ ଲୁଚିଲୁଚି

ଗାଉଥିଲୁ ଜୀବନ ସଙ୍ଗୀତ

ମନମତାଣିଆ ସ୍ବରେ

ଜୀବନ ଗଳିର ପ୍ରଥମ ପାହାଚରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract