STORYMIRROR

Sunanda Mohanty

Abstract Drama Tragedy

3  

Sunanda Mohanty

Abstract Drama Tragedy

ସେଇ ବର୍ଷା ରାତି

ସେଇ ବର୍ଷା ରାତି

1 min
191


ସେଇ ବର୍ଷା ରାତି ମନେ ଅଛି ସାଥି

ପ୍ରୀତିର ଅର୍ଘ୍ୟ ବାଢିବୁଢ଼ି

ଝରକା ସେପଟେ ଜହ୍ନ ଦିଶୁଛି ଆଜି 

ସମୟଚକ୍ରରେ ଧରି ବାଡ଼ି

ଇନ୍ଦ୍ରଧନୁର ଛତା ସାଥେ ସ୍ବପ୍ନ ଦେଖାଇ

ଗଲ ଯେବେ ସ୍ମୃତି ଛାଡ଼ି

ସହରରେ ତମାମ ଗହଳି ଭିତରେ

ଶୂନ୍ୟମନେ ଫୁଟୁନି ଫୁଲକଢି 

ବେପଥୁ ଜାଗିଲେ ପିୟୁଷ ମାଖୁଛି

ବରଷା ଆଣୁଛି ଫୁଲଝଡି

ସେଇ ବର୍ଷା ଆଣେ ରାତି ସାଥେ ସ୍ମୃତି

ଝାଉଁଳି ଗଲାଣି ହୃଦେ କଢି ବଢ଼ି

ଜଗନ୍ନାଥ ଯେବେ ଏବେ ସହାୟ ହେବେ

ଧରିବିନି ଆଉ ଆଶା ବାଡ଼ି

ବାଡ଼ି ଅଗଣାରେ ବର୍ଷା ରାତିରେ

ଫୁଟିବ ବ୍ରହ୍ମକମଳ ଡେଣା ଝାଡ଼ି

ଅସରନ୍ତି ସ୍ବପ୍ନ ଆଣିବନି ତୁମ ସ୍ମୃତି

ଜଗନ୍ନାଥ ଥିବେ ମନ ପେଡି

ସ୍ବପ୍ନ ଦେଖି ଲାଭ ବା କଣ ବୁଝିବାରେ

ଖେଳ ବେଳର ଶେଷ ଖଇ କଉଡ଼ି

ଦିନ ଆଣୁଥିବ ଶ୍ରମ ଓ ସାର୍ଥକତା ଯେତେ

ରାତିରେ ପା ଥିବ ପଦ୍ମଭାଡ଼ି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract