ଆଜି ସେ ସବୁ ଖାଲି
ଆଜି ସେ ସବୁ ଖାଲି
ସହରାଭିମୁଖୀ ଆଜିର ସମାଜ
ଗାଁ ଘର ବାରି ଅଗଣା
ଆଉ ନାହିଁ କୋଳାହଳ
ନାହିଁ ଆଉ ସେ ସ୍ନେହର ବନ୍ଧନ
ଜନ ଶୂନ୍ୟ ପରି ଲାଗେ ଆଜି
ସବୁ ଖାଲି ଖାଲି ମମତାଭରା
ମିଠା କଥା ଶୁଣି ଦେଲେ
ମନ ହୋଇ ଯାଉଥିଲା ହାଲୁକା
ହେଲେ ବିପଥଗାମୀ ମଣିଷ
ଖାଲି ଖୋଜୁଛି ଚାକଚକ୍ୟ
ଆରାମ ଆଉ ଅୟସ
ରାଜମହଲ ପରି ମହଲରେ
ପାଉଛି ଆତ୍ମ ସନ୍ତୋଷ।
ଶୁଭୁନାହିଁ ଆଉ ସେ ଭାଗବତ
ଟୁଙ୍ଗିର ଭାଗବତ ପୁରାଣ କଥା
ମୋବାଇଲ ଫୋନ ଖାଲି
ଘୂରାଇ ଦେଉଛି ମଥା
ସ୍ନେହ, ଶ୍ରଦ୍ଧା, ଭଲ ପାଇବାରେ
ପଡିଗଲାଣି ବେଡି ନିଶ୍ୱପରି
ସମୟ କାଟିବାର ବେଳ ଉପଗତ
ଏଠି ମାୟାର ବନ୍ଧନ ଛିନ୍ନବିଛିନ୍ନ
କରିଦେବ ସମୂଳେ କେତେବେଳେ
ଆଉ ସେ ଖାଲି ଘର ପଡିଥିବ
ଝୁରି ଝୁରି ସୁନେଲି ଅତୀତକୁ।