STORYMIRROR

Kalpana Satpathy

Abstract Drama Inspirational

3  

Kalpana Satpathy

Abstract Drama Inspirational

ଆଜି ସେ ସବୁ ଖାଲି

ଆଜି ସେ ସବୁ ଖାଲି

1 min
132

ସହରାଭିମୁଖୀ ଆଜିର ସମାଜ

ଗାଁ ଘର ବାରି ଅଗଣା 

ଆଉ ନାହିଁ କୋଳାହଳ

ନାହିଁ ଆଉ ସେ ସ୍ନେହର ବନ୍ଧନ

ଜନ ଶୂନ୍ୟ ପରି ଲାଗେ ଆଜି

ସବୁ ଖାଲି ଖାଲି ମମତାଭରା

ମିଠା କଥା ଶୁଣି ଦେଲେ

ମନ ହୋଇ ଯାଉଥିଲା ହାଲୁକା

ହେଲେ ବିପଥଗାମୀ ମଣିଷ

ଖାଲି ଖୋଜୁଛି ଚାକଚକ୍ୟ

ଆରାମ ଆଉ ଅୟସ

ରାଜମହଲ ପରି ମହଲରେ

ପାଉଛି ଆତ୍ମ ସନ୍ତୋଷ।

ଶୁଭୁନାହିଁ ଆଉ ସେ ଭାଗବତ

ଟୁଙ୍ଗିର ଭାଗବତ ପୁରାଣ କଥା

ମୋବାଇଲ ଫୋନ ଖାଲି

ଘୂରାଇ ଦେଉଛି ମଥା

ସ୍ନେହ, ଶ୍ରଦ୍ଧା, ଭଲ ପାଇବାରେ

ପଡିଗଲାଣି ବେଡି ନିଶ୍ୱପରି

ସମୟ କାଟିବାର ବେଳ ଉପଗତ

ଏଠି ମାୟାର ବନ୍ଧନ ଛିନ୍ନବିଛିନ୍ନ

କରିଦେବ ସମୂଳେ କେତେବେଳେ

ଆଉ ସେ ଖାଲି ଘର ପଡିଥିବ

ଝୁରି ଝୁରି ସୁନେଲି ଅତୀତକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract