ବରଷା ଓ ବିରହ
ବରଷା ଓ ବିରହ
ବରଷା ଆଉ ବିରହ
ଭାରି ପୀଡା ଦାୟକ
ନ ଭିଜିବା ଲୋକ କଣ
ଜାଣିଛି ବାଦଲର ସ୍ୱାଧୀନତା?
ବିରହ ପୀଡାରେ ପୀଡିତ ଯେ ନ ହେଇଛି
ସେ କଣ ଯେ ଜିଁଛି ଜୀବନ?
ନିଶ୍ଚିନ୍ତ ନିଦ ରେ ଯେ ଶୋଇଛି
ସେ କଣ ଜାଣିଛି ଜାଗର ଦୀପର ଔଜଲ୍ୟ?
ବାଃ, କି ଭଲ ଲାଗେ...
ଏ ପୀଡା ମୋର ଏମିତି ଥାଉ
ଏ ଶକ୍ତ ହୃଦୟ ବିନ୍ଧା ମୋ ଅନ୍ତରଙ୍ଗ ପୀଡା
ଭାବୁ ଭାବୁ ଆଖିରେ ବର୍ଷା
ଛଳ ଛଳ ହୋଇ ବୋହିଯାଏ
କେତେବେଳେ
ଛକ ଉପରେଗାଡ଼ିଚଲେଇବା ବେଳେ
କେତେବେଳେ
ଦୋକାନରୁ ଫେରିବା ବେଳେ
କେତେବେଳେ ନିଶବ୍ଦ ରାତିରେ
କେତେବେଳେ ସଞ୍ଜବତୀରେ
ଛାଇ ଛାଇକା ନିଦରେ
ତ କେତେବେଳେ
ଝାଇଁ ଝାଇଁକା ଖରାରେ
ମୁଁ ବୋଧେ ଭଲପାଇ ଗଲିଣି
ରହି ରହି ମନରେ ଉଠୁଥିବା ଏ ପୀଡାକୁ
ତୁମେ ଦେଇଥିବା ଚାରି ପଟ ଛୁଡ଼ି ଆଉ ପାଟ
ସହିତ ଏ ପୀଡାକୁ ମୁଁ ମୋ ଛାତି ସିନ୍ଦୁକରେ
ଆଉଜେଇ ଦେଇଛି ସଜତ୍ନରେ ଏକ
ଦୁର୍ଲଭ ମୁକ୍ତା ପରି l
ଦୂରେଇ ରହିବାର ବିବଶ ବ୍ୟଥା
ଦେଖେ ବିବାହର ସୁଖସ୍ବପ୍ନକୁ ଏକ ନବବଧୂ ସାଜି
କାହିଁକି କେଜାଣି, ମନମୋର ଏକାନ୍ତରେ
କାନ୍ଦିବାକୁ ଇଚ୍ଛାକରେ ଖାଲି କାହାପାଇଁ ଆଜି..।