STORYMIRROR

Gargi Mishra

Abstract Drama Inspirational

3  

Gargi Mishra

Abstract Drama Inspirational

ସଙ୍ଗାତ ହୋ

ସଙ୍ଗାତ ହୋ

1 min
153

ଅଶ୍ରୁ ଆଉ ଭକ୍ତିର ମିଳିତ ଅନ୍ତଃସ୍ୱର

ଯେବେ ଆର୍ତ୍ତନାଦର ନାଁ ନିଏ,

ସେବେ ଦାରୁଟିଏ ବି ଦୋହଲି ଯାଏ

ଦିଅଁହୋଇ ଦଣ୍ଡାୟମାନ ହୁଏ l


ମୋ ପ୍ରାର୍ଥନାରେ କିନ୍ତୁ ନା ଥାଏ ଭକ୍ତି

ନା ଥାଏ ଶକ୍ତି l

ମୋ ଦାରୁ କେବେ ପାଏନି ଜୀବନ୍ୟାସ

ସକାଳୁ ସଞ୍ଜମୁଁ ଖୋଜୁଛି ରଖି ଆଶ


ହେ ମହାବାହୁ କର ଆଶୀର୍ବାଦ

ମୋ ଭିତରେ ବିରାଜନ୍ତୁ ମା' ଆଦିଶକ୍ତି

ଚକା ଚକା ଆଖିକୁ ତୁମର

ମୋ କାରୁଣ୍ୟତ ଦିଶେନି ହେ ଗୋବିନ୍ଦ

ଦିଶେ କେବଳ ମୋ ଭିତରେ ଅହଙ୍କାର 


 ନା ମୁଁ ନୁହେଁ 

ଭକ୍ତ ସାଲବେଗ କି ଦାସିଆ ବାଉରୀଙ୍କ ପାଦଧୂଳି କୁ ସାର 

କି ମୁଁ ନୁହେଁ କେହି ମନୁଷ୍ୟରେ ଗଣା ଏକ ସଜୀଵ

ମୁଁ ନାଁ ଅର୍ଜୁନ ନା ମୁଁ ନାଆ ତୁମେ ନାଉରି 

ନା ମୋ ଫୁଲରେ ଥାଏ ମଧୁପ

ନା ଧୂପରେ ଥାଏ ପୁଲକ 


କାହିଁ ନିଦ୍ରାରେ ତ ଆପଣ ନଥାନ୍ତି ?

ସେବାୟତ ମୋ ନାଁରେ ପାଁଶ ଟଙ୍କା ଗୁଞ୍ଜାନେଇ

ହକାରେ ହେ କଳା ଗୋସାଇଁ... ତୁମ

ଉତ୍ତର ଦ୍ୱାର ଖୋଲି ଦୁଃଖିନୀଟିଏ

ଅହ୍ଲିଆ ପଡିଛି ଦେଖିବନି ଆଜି କଉଥି ପାଇଁ? 


ହେଲେ ହୁଏନି ମୋ ପ୍ରଭୁଙ୍କ କର୍ଣଗୋଚର 

ଶିଶୁଟିଏ ପରି ଭାରି ଅଝଟିଆ

ଗୋଡ଼ କଚାଡି ମୁହଁମୋଡ଼ି ତୁମ୍ଭେ ଦିଅଝାଡ଼ି 

ଦେଖାଇ କେତେ ଠାଣି,ଚାହଁ ବାଙ୍କଚାହାଣି

ମୁଁ କରେ ଦୁଇ ହସ୍ତକୁ ଯୋଡି ନମ ନମ 

ଜଗନ୍ନାଥ ହେ ତଵ ଶରଣମ ମମ 


ନା,ନଥାଏ ଦରଦ ତୁମର

କୁହ ନାହିଁ ଏତେ ପୂଣ୍ୟ ଏଜନ୍ମରେ ମୋର

ମୁଁ ଢଳ ଢଳ ଆଖିରେ ଚାହିଁରହେ ବେକରେ ଗାମୁଛା ଛନ୍ଦି 

ମହାଦେବଙ୍କୁ ଯେପରି ଚାହିଁରହିଥାଏ ତାଙ୍କ ନନ୍ଦି 


ଜୀବନର ବେଳ ରେଣୁ ରେଣୁ କରି ଖସି ଯାଉଥାଏ

ଶେଷରେ ଦର୍ଶନ ନପାଇ ହୁଡ଼ି ଯାଉଥାଏ 

ହେଉ ତେବେ ମୋ କଳା ଗୋସାଇଁ

ଆଶିଷ କର ମୁଁ ଏ ମର୍ତ୍ତ୍ୟ ଲୋକରୁ ବାହୁଡ଼ି ଯାଏଁ 

କଳା କହ୍ନେଇ ମୋ ଚାହିଁରହିଥାଏ ମୋ ବାଟକୁ ଚାହିଁ l

ମୋତେ ଖାଲି ଖାଇ ଗୋଡ଼ାଏ ତାର ଏକୁଟିଆ ପଣ l

ଦାରୁଭୂତ ମୁରାରୀ ଭକ୍ତହରା ଆଜି ଦେଉଳ ତୁମ ଜାଣ 

 ଏହି ସ୍ମୃତିଟିକକ ହିଁ ବିଭୁତି, ଏହି ଯେ ଦେଖାଇବ ସଦଗତି 

ଏହାହିଁ ଆଶୀର୍ବାଦ ମୋର ଏହାକୁ ପାଥେୟ କରି ମନ ମୋ କହେ 

କର୍ମ କରିଚାଲ, ଦିନେ ଆସିବ ଘରକୁ ସଙ୍ଗାତ ତୋର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract