STORYMIRROR

Gargi Mishra

Drama Inspirational Children

3  

Gargi Mishra

Drama Inspirational Children

ସ୍ବର୍ଗ

ସ୍ବର୍ଗ

1 min
174

ଖୋଜି ଖୋଜି ପାଇଛି ମୁଁ ଆଜି

ମୋ ହାତ ମୁଠାରେ ମୁଠାଏ

ସ୍ୱର୍ଗପରି କିଛି ସୁଖର ସନ୍ଧାନ 

ମୋତେ ଲାଗେ ଏତ ସବୁଠୁ ଦୁର୍ଲଭ।


କିଏ କିଏ ପାଇଛନ୍ତି ମୁଁ ଜାଣେନା

କି ମୁଁ କାହାକୁ କାହାକୁ ଦେଇଛି କି ନାହିଁ

ସେତକ ବି କହି ପାରେନା 

ହେଲେ ମୋତେ ଆଉ କିଛି ପ୍ରାପ୍ତି ବଳାଏନା ।


ମୁଁ କବିତାରେ କଜଳ ହୋଇ ଝରିଯାଇଛି

ନିଜକୁ ଗପରେ ଗପରେ ଗୋପବନ୍ଧୁ ହୋଇ

ବାଣ୍ଟିଦେଇଛି ମୋ ମାଂସ ହାଡ଼ 

ମୁଁ ଦୁଃଖ ସାଙ୍ଗେ 

ଆରମ୍ଭକରିଛି ଖେଳିବା ମିଛି ମିଛିକା

ବୋହୁଚୋରୀ ଆଉ ଚୋରପୋଲିସ

କେବେ ରାଣ ନିୟମ ଦେଇ ତ କେବେ

କାନମୋଡ଼ି ଦେଇ ଜୀବନ ଶିଖାଇଛି

ଅଧ୍ୟାତ୍ମିକତାର ଗୂଢ଼ ଅଧ୍ୟାୟ ।


ବୟସର ସିଡ଼ି ଚଢି ଅଭିଜ୍ଞତାର ନିର୍ଦ୍ଧିଷ୍ଟ 

ସୋପାନରେ ପହଞ୍ଚିଲା ପରେ

ବୋଧେ ଏମିତି ହସଲାଗେ ଭୌତିକ

ଖୁସି, ଡାଲି ତରକାରୀ ପରି ମାମୁଲି

ଅଥଚ ଜୀବନ ବଞ୍ଚିବାକୁ

ଜରୁରୀ ହୋଇପଡେ ।


କେତେବେଳେ ଜରୁରୀ ଦରବ

ବାଣ୍ଟିଦେଲେ ଝରିଯାଏ ଖୁସି ଅସୁମାରୀ 

ଜୀବନର ଅବଶିଷ୍ଟାଂଶକୁ ଭାବୁଛି

ବାଣ୍ଟିଦିଅନ୍ତି କୁନି କୁନି ପାପୁଲିରେ 

ମୋ ଦେଶର ପିଲାଙ୍କୁ

କାଳେ କିଏ ହସି ଉଠିବ

ମୁଠିରେ ସୁନ୍ଦର ସ୍ୱର୍ଗଟିଏ ପାଇ

ମୁଁ ସ୍ବର୍ଗତ ହୋଇଯିବା ଆଗରୁ କି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama