STORYMIRROR

Pratima Moharana

Others

4  

Pratima Moharana

Others

ଶୀତ ରାଣୀ

ଶୀତ ରାଣୀ

1 min
5


ଛନ୍ଦାଛନ୍ଦି ହୋଇ ଛଅ ଭଉଣୀ

ଧରାକୁ ଆସନ୍ତି ଋତୁରେ ପୁଣି ll

କୋହଲା ପବନ ଗାଉଛି ଗୀତ

ଶୀତରାଣୀଙ୍କର ଧରାରେ ଭେଟ ll

ତେରଚ୍ଛା କିରଣ ଢାଳୁଛି ଭାନୁ

କାକର କୁହୁଡି ଘାସରେ ତେଣୁ ll

କଅଁଳ ଖରାର ଉଷୁମ ତାତି

ଅଜା ନାତୁଣୀର ଦେଖ ପୀରତି ll

ଦେହରେ ରହିଛି ପଶମ ବାସ

ସହି ହୁଏ ନାହିଁ ଲାଗେ ଅବଶ ll

ଦାଣ୍ଡବାଡ଼ି ଦିଶେ ଭାରି ସୁନ୍ଦର

ନାନା ଫୁଲଫଳେ ଭରା ପ୍ରାନ୍ତର ll

ସକାଳ ବୁଲା ତ ଦେହକୁ ହିତ

ଘେରାଏ ବୁଲିଲେ ଛାଡଇ ଶୀତ ll

ଚାହା ହୋଟେଲରେ ଜମିଛି ଭିଡ଼

ଖାତିର ନ ଥାଏ ଆସିଲେ ଜାଡ ll

ଶୀତରାଣୀ ତ ଆଣିଛି ଓଷା

ମଗୁଶିରେ ଦାଣ୍ଡ ଝଲସେ ଚିତା ll

ଶୀତୁଆ ସକାଳ କଅଁଳ ଖରା

ଛୋଟ ଶିଶୁ ପାଇଁ ଭାରି ନିଆରା ll

ଭିଟାମିନ-ଡି ମିଳଇ ବେଶୀ

ଶକତି ଯୋଗାଇ ହାଡ଼କୁ ନିତି ll

ଧାନ ପାଚିଲାଣି ଦେଖ ବଉଳ

ଗୀତ ଗାଇ ଚାଷୀ ଯାଏ ସଅଳ ll

ଅଳସୀ ଫୁଲରେ ଶୋହୁଛି ମହୀ

ସେଲଫି ଉଠାନ୍ତି ସାଙ୍ଗରେ ରହି ll

କାହିଁ କେତେଦୂରୁ ଆସନ୍ତି ଧାଇଁ

ବଣଭୋଜୀ ପିଲେ କରିବା ପାଇଁ ll

ଓଷା ପୂଜୁଛନ୍ତି ମାଆ ଭଉଣୀ

ପାଦରେ ଅଳତା ମୁଣ୍ଡେ ଓଢଣୀ ll

ଓଡ଼ିଆ ଘରର ପରବ ଦେଖି

ଜଗତେ ସଭିଏଁ ହୁଅନ୍ତି ଖୁସୀ ll

ଶୀତରେ ଥରୁଛି ଗରିବ ବୁଢ଼ୀ

ମନ କରୁଅଛି ଖାଇବ ମୁଢ଼ି ll

ଯେତେ କଷ୍ଟ ଦେଉ ଶୀତୁଆରାଣୀ 

ବସନ୍ତ ଆସଇ ଧରାରେ ପୁଣି ll

ଧନ୍ୟ ହେ ଈଶ୍ୱର ସୃଷ୍ଟି ତୁମର

ଯତନେ ସାଇତି ଦେଇଛ ବର ll

==================


Rate this content
Log in