STORYMIRROR

Baibasuta NAIK

Classics Inspirational

3  

Baibasuta NAIK

Classics Inspirational

ମରିନାହିଁ ସେ

ମରିନାହିଁ ସେ

1 min
257


ଯାହାର ବୁଦ୍ଧି କୈକେୟୀ କୁ ମତିଭ୍ରଷ୍ଟ୍ର କଲା

ଯାହାର କୁଟ ନୀତିରେ ରାମଚନ୍ଦ୍ରଙ୍କ ବନବାସ ଗଲେ

ଯାହା ପାଇଁ ଅଯୋଧ୍ୟା ରାଜନ୍ ଦଶରଥଙ୍କ ବିୟୋଗ ଘଟିଲା

ଯାହାପାଇଁ ଦେବୀ ସୀତା ରାଜଭବନ ସୁଖ ଛାଡ଼ି ବନବାସୀ ହେଲେ  

ଆଜି ବି ବଞ୍ଚିଛି ସେଇ ମନ୍ଥରା.....

ପ୍ରତିଟି ପରିବାରରେ, ପ୍ରତି ସମାଜରେ

ତାର ଗୁରୁ ଗୁରୁ ହାକୁଡ଼ ଶବ୍ଦ ଏବେ ବି ଶୁଭେ

ତାର ନୀରବ ପଦ ଧ୍ଵନି ଆଜି ବି କର୍ଣ୍ଣପାତ କରେ 

ତାର ଦୀର୍ଘ ଶ୍ୱାସ ଏବେ ବି ଶୀତଳ ପବନକୁ ନୀରବ କରେ 

ଅନ୍ୟାୟ ଓ ଅତ୍ୟାଚାର ର ପ୍ରତୀକ ରୂପେ 

ରହିଥିବ ଯୁଗେ ଯୁଗେ ଏ ମୟୀସ୍ଥଲେ

ଆଜି ବି ମରିନି ରାବଣ 

ଏଯାଏଁ ସରିନି ରାମାୟଣ


ଯାହା ପାଇଁ କୁରୁକ୍ଷେତ୍ର ରକ୍ତରଞ୍ଜିତ ହେଲା

ଯାହାର ଛଳ କପଟରେ କୁରୁବଂଶ ବିନାଶ ଘଟିଲା

ଯାହପାଇଁ ପାଞ୍ଚାଳୀଙ୍କର ବସ୍ତ୍ର ହରଣ କଲେ

ଯାହା ପାଇଁ ପିତାମହ ଭିଷ୍ମ ଶରସଯ୍ୟା କରିଥିଲେ

ଆଜି ମଧ୍ୟ ବଞ୍ଚିଛି ସେଇ ଖଳ ଶକୁନି

ପ୍ରତି ଟି ଖେଳରେ, ପ୍ରତି ଖେଳାଳିଙ୍କ ମଧ୍ୟରେ

ତାର ପାସାକାଠି ଆଜି ବି ମନେ ପଡେ

ତାର ସ୍ପନ୍ଦନ ଆଜି ବି କୁରୁସଭାକୁ ପ୍ରକମ୍ପିତ କରେ

ଆଜି ବି ତାର ଭୟରେ ପବନ ହଲେ ନାହିଁ

ଆଜିବି ସେମିତି ଅଛି ତାର ପାସାଖେଲ

ଏବେ ମଧ୍ୟ ଜଳି ଉଠେ ତାର ପ୍ରତିଶୋଧର ନିଆଁ

ଦୁନିଆର ଦୁର୍ନୀତି ଖେଳର ନାୟକ ରୂପେ

ରହିଥିବ କାଳେ କାଳେ ଏହି ମର୍ତ୍ତ୍ୟରେ

ଏଯାଏଁ ସମାଜରୁ ଯାଇନାହିଁ ନାରୀ ନିର୍ଯାତନା

ପୁଣିଥରେ ଜୀବିତ ହୋଇପାରେ ଦ୍ରୃପଦୀ

ପୁଣିଥରେ କୁରୁକ୍ଷେତ୍ର ରେ ହେଇପରେ ମହାଭାରତ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics