ବିଚିତ୍ର ସଂସାର
ବିଚିତ୍ର ସଂସାର
ବିଚିତ୍ର ଏ ସଂସାର କେହି ନୁହେଁ କାହାର
ଭାବନି ହୋଇ ରହିବ ଅମର ।
ଏକା ଜଗତକୁ କରିଛୁ ଆଗମନ
ଏକା ହିଁ ଚାଲିଯିବ ଏ ଜୀବନ ।
ବାପାମା’ ଭାଇଭଉଣୀ ସାଜି କରୁଛୁ ଅଭିନୟ
ଏ ସଂସାର ହିଁ ଏମିତି ଏକ ବିସ୍ମୟ ।
ଘାଣ୍ଟି ହେଉଛୁ ପଡ଼ି ସଂସାର ବନ୍ଧନେ
ସମସ୍ତେ ବ୍ୟସ୍ତ ଏଠି ମୁକ୍ତିର ସନ୍ଧାନେ ।
ବୁଝି ପାରୁନାହୁଁ ସଂସାର ଇନ୍ଦ୍ରଜାଲ
ଜାଣି ପାରୁନାହୁଁ କେବେ ହାବୁଡ଼ିବ କାଳ ।
ଅପକର୍ମ କରି କରନି ନିଜକୁ ହୀନ
ମହତ୍ କାର୍ଯ୍ୟକରି ପୂଣ୍ୟ କିଛି କିଣ ।
ଟଙ୍କା ପଇସା ଧନରତ୍ନ ନ ଲାଗିବ କାମେ
ଧର୍ମପଣ ଥିଲେ ତରିଯିବୁ ଆମେ ।