ଭାବନାର ଯାଦୁକର
ଭାବନାର ଯାଦୁକର
ମୁଁ
ଏକ ଭାବହୀନ କବିତା
ଆବଡାଖାବଡା ରାସ୍ତାର ଅଡୁଆ ନକ୍ସା
ଏକ ରଙ୍ଗହୀନ ଇନ୍ଦ୍ରଧନୁର କୋହ
ଅମଡାବାଟ ର ଖିଆଲି ବାଟୋଇ ।
ମୁଁ
ଏକ ରସହୀନ ସଙ୍ଗୀତର ଅସଜଡା ପଂକ୍ତି
ବାସହୀନ ପକ୍ଷୀର କହୁଳା ଅଭିବ୍ୟକ୍ତି
ଅମାନିଆ ଝଡ ର ଦରଦହୀନ ଛାତି
ଅକପଟ ମନର ଉଆଁସି ସାଥୀ ।
ତୁମେ
ମୋ ଭାବନାର ପ୍ରୀତି ଲଗ୍ନା ଯାଦୁକର
ନୁଆ ସକାଳର ସ୍ଵପ୍ନମାଖା ଇସ୍ତାହାର
ଜୀବନ ନାଟକର ନିଖୁଣ କଳାକାର
ମୋ ଅଲେଖା ପୃଷ୍ଠାର ଆବେଗିକ ସ୍ଵାକ୍ଷର ।