STORYMIRROR

SOUDAGAR BISWAL

Romance

3  

SOUDAGAR BISWAL

Romance

ପେଇଦେ ପ୍ରୀତି ପୀୟୂଷ

ପେଇଦେ ପ୍ରୀତି ପୀୟୂଷ

1 min
178

ସଦ୍ୟ ଶୀତର ଆଗମନୀ ହେଲା 

ସୁଲୁସୁଲୁ ବହେ ବାଆ

ମିଠା ଲାଗେ ପ୍ରିୟା କୋମଳ ଛୁଆଁ 

ଶୀତରେ ଦେହରେ ନିଆଁ।।


ତନୁର ଉଷ୍ମତା ପ୍ରବଳ ବଢ଼େ

ଖୋଜେ ତୁମ ଆଲିଙ୍ଗନ

କମ୍ବଳ ଅନ୍ତେ ଶୀତ ପରବେଶେ

ମାଗେ ତୁମ ପ୍ରୀତି ଦାନ।।


ବୋଳି ହୋଇଯାଅ ସୁରେଶ୍ଵରୀ ଗୋ

ପଞ୍ଚଭୂତେ ମୋ'ର ଆଜି

ଅଷ୍ଟାଙ୍ଗ ଶରୀରେ ରତି ରଞ୍ଜନେ

ଯାଅ ଗୋ ପ୍ରିୟା ଭିଜି।।


ସୁଲଭ ତନୁରେ ଫୁଟିବ ଫୁଲ

ନାରୀର ପୂର୍ଣ୍ଣତା ପାଇ

ଶୀତ ପରସେ ଭାଙ୍ଗି ଲଜ୍ଜା ବାଡ଼

ରୁହ ମୋ ବନ୍ଦିନୀ ହୋଇ।।


ତୁମ ପରିକା ଅପୂର୍ବ ସୁନ୍ଦରୀ

ମରତ ଧାମେ ବା କାହିଁ

କୃଷ୍ଣଚୂଡ଼ା ଆଉ ଚମ୍ପା ଗୋଲାପ

ମୂଲ ତୋ ପାଖରେ ନାହିଁ।।


ଶୀତରେ ସ୍ଫୁରିତ ଅଧର ମୋ'ର

ବର୍ଣ୍ଣିବାକୁ ଶବ୍ଦ ଲେଶ

ଚିତ୍ତ ଚୋରଣୀ ତୋ ଓଠ ଇଲାକାରୁ

ପେଇଦେ ପ୍ରୀତି ପୀୟୂଷ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance