ଯେ କୌଣସି ଋତୁ
ଯେ କୌଣସି ଋତୁ
ସେ ଋତୁରେ ମୋ ଵଗିଚାରେ
ପ୍ରେମ ଫୁଲ ଫୁଟେ
ତା'ର ପ୍ରତି ପାଖୁଡାରୁ
ବାସ ଚହଟି ତୁମ ଯାଏ ଉଡି ଉଡିଯାଏ।।
ସେ ଋତୁରେ ଶୁଭ୍ର ସକାଳ
ଅଭ୍ର ରଙ୍ଗ ନେଇ
କ଼ଅଁଳ କିରଣ ସାଙ୍ଗରେ
ଚିକ୍ ଚିକ୍ କରେ କାଚ କେନ୍ଦୁ ପାଣିକୁ।।
ସେଠି ଝର ଝର ବର୍ଷା ଗଜଲ ଗାଏ ତ
ପବନ ଫୁଲେଇ ହୋଇ
ଧାନ କିଆରୀ ଦୋଳିଖେଳେ।
ଏଠି ଘାସ ଗାଲିଚାର ରଙ୍ଗ ସବୁବେଳେ ସବୁଜ।
ରୂପାଫୁଲିଆ କାକର ମୁକ୍ତାରେ
ଲେଖୁଥାଏ ତମ ନାଆଁ
ଗଙ୍ଗଶିଉଳୀ ଲୋଟୁଥାଏ ତଳେ
ତମକୁ ଝୁରି ଝୁରି।।
ଏଠି ଫଗୁଣ ଫଗୁ ଖେଳେ
ତମକୁ ଛୁଇଁ ବାକୁ
ଫଗୁ ଖେଳିବାକୁ ।।
ଏ ଋତୁରେ
ତମ ନିଃଶ୍ୱାସ ବିଶ୍ଵାସ
ଗାଢ଼ ହୁଏ ବେଳୁ ବେଳ
ଉଷୁମ ଦିଏ
ଫୁଙ୍ଗୁଳା ଦେହକୁ।।
ଏ ଋତୁଟା ଭାରି ଲାଜୁଆ...!!
ନିଜକୁ ଦେଖେ ତମ ଆଖିରେ !
ଏ ଋତୁଟା ଯେ କୌଣସି
ଋତୁ ହେଇପାରେ..!!!

