Manas Kumar

Abstract Children Stories Comedy

4.3  

Manas Kumar

Abstract Children Stories Comedy

ବନ୍ଧୁ ମୋର

ବନ୍ଧୁ ମୋର

1 min
149


ଚିରନ୍ତନ ଶାଶ୍ୱତ ପ୍ରେମ , ଟିକି ହୃଦୟରେ ମୋର 

ଖୋଜୁଥାଏ ଯାହାକୁ ସିଏତ ବନ୍ଧୁ ମୋର ।


ମୋ ମା ତାକୁ ଜନମ ଦେଇନି 

କିନ୍ତୁ ସେ ମୋ ଅତି ନିଜର 

କାରଣ ସେ ମୋ ହାତ କେବେ ଯେ ଛାଡ଼ିନି 

ସେ ମୋ ସଖା ବନ୍ଧୁ ଆଉ ସାଙ୍ଗ ସହୋଦର ।


ଏକାଠି ଆମେ କଳିଙ୍ଗ ନଗର ବିଦ୍ୟାଳୟରେ ପଢିବା 

ଆଉ ଏକାଠି ସ୍କୁଲ ପରେ କେତେ ଫେଚକାମି କରିବା 

ମନେପଡ଼ୁଥାଏ ସେତିକି, ବୟସ ବଢୁଥାଏ ଯେତିକି 


ଅତୀତକୁ ସାଉଁଟି ଏବେଭି ଭାବିଚାଲେ

କିଏ ଜଣେ ଦିନେ ପରୀକ୍ଷା ସମୟରେ ବସର କାଚ ଭାଙ୍ଗିଥିଲା 

ତ ଆଉ କେହି କାଣ୍ଡି କାଣ୍ଡି ଶିମ୍ଭ ଫଳନ୍ତି ଗଛକୁ କାଟିଦେଇଥିଲା 

ସବୁ କିଛି କିନ୍ତୁ ମସ୍ତିରେ ବିତି ଯାଇଥିଲା ।


ଯଦି ମିଳନ୍ତା ପଛକୁ ଫେରିବାର ଯନ୍ତ୍ରଟି  

ଫେରିଯାନ୍ତି ମୁଁ ପୁଣି ସେଇ ସୁନେଲି ଜୀବନକୁ 

ବେଫିକର ପୁଣି ଉପଭୋଗ କରନ୍ତି ସେଇ ଅଭୁଲା ଅଧ୍ୟାୟକୁ ।


ବନ୍ଧୁତା ଦିବସ ଏକ ନିମିତ୍ତ ମାତ୍ର 

ଆମ ବନ୍ଧୁତା ରହୁ ଚିରକାଳ ବ୍ୟାପ୍ତ 

ନଜର ନଲାଗୁ ଆମ ବାର୍ଷିକ ବନ୍ଧୁମିଳନରେ 

ମନ ପ୍ରାଣ ଏକାଠି ରହୁ ସମସ୍ତଙ୍କ ହୃଦୟରେ ।



Rate this content
Log in

Similar oriya poem from Abstract