ବିଦାୟ ପୁରୁଣା ବରଷ
ବିଦାୟ ପୁରୁଣା ବରଷ
ବର୍ଷ ୨୦୨୦ ଆରମ୍ଭି ଥିଲା କିଛି ଆଶା ଉଦ୍ଦୀପନା ଭିତରେ
କିନ୍ତୁ ବିଦାୟ ନେଉଛି ସେ ଏକ ନିରର୍ଥକ ବର୍ଷ ଭାବରେ |
କରୋନା ରୁ ଆରମ୍ଭ ଆଉ କରୋନା ରେ ବନ୍ଦୀ ଏ ଜୀବନ
ଖାଲି ଯାହା ବଢ଼ୁ ଅଛି ମଣିଷର ଆୟୁ ଦିନ ପ୍ରତିଦିନ |
ପୁଣି ଏକ ନବବର୍ଷ ରହିଛି ଅନେଇ
କିନ୍ତୁ କରୋନା ର ଭୟ ଏବେ ଭି ଯାଇନି ଦୁରେଇ |
ବର୍ଷ ୨୦୨୦ ବିତିଲା ଗୃହବନ୍ଦୀ ଭାବରେ
ଆଶା କରେ ନୂତନ ବର୍ଷ ରେ ଆମେ ଏକ ମୁକ୍ତି ର ପଥରେ
ଦେଖିବାକୁ ମିଳିବ ପୁଣି ଏକ ମୁକ୍ତ ଜୀବନ
ଯୋଉଠି ନଥିବ କୌଣସି ତାଲାବନ୍ଦ ଆଉ ପ୍ରତିବନ୍ଧକ ର ଦିନ |