Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Abstract

4.0  

Manas Kumar

Abstract

ମୋ ଉତ୍କଳ ର ନବ ବରଷ

ମୋ ଉତ୍କଳ ର ନବ ବରଷ

1 min
148


ମୁଁ ଓଡ଼ିଆ ଆଉ ମୋର ଭାଷା ଓଡ଼ିଆ 

ମୋର ପର୍ବ ପର୍ବାଣି ତ କେତେ ବଢିଆ |


ଧୀରେ ଧୀରେ ପାଦ ଥାପିଲାଣି 

ହେ ନୂଆ ବରଷ ଆମର 

କିନ୍ତୁ ସମସ୍ତଙ୍କ ଆଜି ଏ କି ଅବସ୍ଥା 

ଯେମିତି କିଛି ହଜି ଯାଇଛି ଏ ହୃଦୟର |


ମହାନ ରାଇଜ ର ମହାନ ବିଷୁବ ସଂକ୍ରାନ୍ତି 

ମୋ ଓଡିଶା ର ନୂଆ ବରଷ 

ଲାଗୁ ଅଛି ଆଜି 

କରୋନା ନେଇଗଲା ସବୁ ହରସ |


ସୂର୍ଯ୍ୟ ଦେବତାଙ୍କୁ କରି ଆବାହନ 

ଚାରିଆଡେ ଆୟୋଜନ ହୁଏ ପଣା ର ଆସର 

କିନ୍ତୁ ଏବେ ମୁଁହ ରେ କପଡା ବାନ୍ଧି

ଚାଲିଛି ସଂଗ୍ରାମ ଏଇ ଜୀବନ ଜିଇବାର |


ଉତ୍କର୍ଷ କଳା ର ରାଇଜ ଏଇ ଉତ୍କଳ 

କାଳିଆ ଠାକୁର ଙ୍କୁ ଏତିକି ମିନତି 

ଏହି ନୂଆ ବରଷ ରେ ଦିଅ ହେ ଆଶିଷ

ମୋ ଦେଶବାସୀ ରହନ୍ତୁ ସୁସ୍ଥ ଆଉ କରନ୍ତୁ ଉନ୍ନତି | 


Rate this content
Log in

Similar oriya poem from Abstract