ତତେ ଖୋଜେ
ତତେ ଖୋଜେ
ସମୟ ଆଜି ଏମିତିକା
ଚାରିଆଡେ ଖାଲି ସଟଡାଉନ ଆଉ ଲକଡାଉନ
କିନ୍ତୁ ମୁଁ ତତେ ଖୋଜେ ବାସ ତତେ ଖୋଜେ ।
ମୁଁ ଧାଉଁଛି ଜୀବନ ଚଲାପଥରେ
ସୂଚନା ପ୍ରଯୁକ୍ତି ସହର ବେଙ୍ଗାଳୁରୁ ଭିତରେ
ଓଡିଶାରେ କେବେ ପହଁଚିଲେ
ଏବେ ଭି ତତେ ଖୋଜେ ଆଉ ତତେ ଖୋଜେ
କେବେ ଆମ ପ୍ରିୟ ବମିଖାଲ ଛକରେ
ତ କେବେ ଏକାମ୍ର ହଲ ସାମ୍ନାରେ
ତ ପୁଣି କେବେ ଆଖି ଘୁରିବୁଲୁଥାଏ ଭୁବନେଶ୍ୱର ରାଜରାସ୍ତାରେ ।
ଜାଣେନା କେଉଁ ରାତି ହେବ ଆମ ଶେଷରାତି
କେଉଁ କଥା ଆମ ହେବ ଶେଷକଥା
ଆଉ କେବେ ହେବ ଶେଷଦେଖା
ତଥାପି ଏବେ ଭି ତତେ ଖୋଜେ ।
କିଛି ପ୍ରଶ୍ନର ନ ଥାଏ ଉତ୍ତର
କିଛି ଯନ୍ତ୍ରଣାର ନ ଥାଏ ଉପଚାର
ବନ୍ଧୁ ଟିଏ ଥିଲେ ଦରକାର ନୁହେଁ କେଉଁ ଡାକ୍ତର
ବାସ ଭୁଲି ଯାଅ ସବୁ ଅତୀତ ର ରାଗ ଅଭିମାନ
ଚାଲ ହସ ଖୁସିରେ ବିତେଇଦେବା ଆମ ଦିନ ପରେ ଦିନ ।
ଏବେଭି ତତେ ଖୋଜେ ସାମାଜିକ ଗଣମାଧ୍ୟମ ଭିତରେ
କାରଣ ତୁ ଆଉ ମୁଁ ଏବେ ବହୁ ଦୂରତାରେ
ଆଉ ଜୀବନ ର ଚଲାପଥେ ସମୟ ନାହିଁ କାହା ପାଖରେ ।ଏବେ ଭି ତତେ ଖୋଜେ ଆଉ ତତେ ଖୋଜେ ।