କରୋନା ହାରିବ, ମାନବ ଜିତିବ
କରୋନା ହାରିବ, ମାନବ ଜିତିବ
କର୍ମ ର ଶୃଙ୍ଖଳ ରେ ବନ୍ଧା ଏ ମଣିଷ
କେବେ ଟିକେ ଖୁସି ତ ଟିକେ ଦୁଃଖ
ବାସ ଏ ଦୁନିଆ ଏକ ଛାଇ ଆଲୁଅ ର ଖେଳ |
ଏବେ ଏଠି ଚାଲିଛି ମହାମାରୀ କରୋନା ର ରାଜୁତି
ଏକ ବିରାଟ ପ୍ରଶ୍ନବାଚୀ ମାନବ ର ସ୍ଥିତି ଆଉ ପ୍ରଗତି
କିନ୍ତୁ ବିଶ୍ୱାସ କରୋନା ହାରିବ ଆଉ ଆମେ ଜିତିବା |
ସଂକ୍ରମଣ ରୋକିବାକୁ ଏବେ ଘର ବାହାରେ ତାଲାବନ୍ଦ
ଏବର ଆବଶ୍ୟକତା ମୁଁହରେ ଢ଼ାଙ୍କଣା ବାନ୍ଧି ଘରୁ
ଗୋଡ କାଢ଼ିବା ଆଉ ସାମାଜିକ ଦୂରତା ରକ୍ଷା କରିବା
ଏଇ ଭୂତାଣୁ ର ଜନ୍ମ ମୁଁହ ରୁ
ଆଉ ସୁଯୋଗ ଦେବା ନାହିଁ ତାକୁ ଆଗକୁ ବଢ଼ିବାରୁ |
ଗୋଟେ କାଲି ଯାଇଛି ଆଉ ଏକ ନୂଆ କାଲି ଆସୁଛି
ସୁଯୋଗ ଘରେ ରହି, ଆଜି କୁ ଉପଯୋଗ କରିବାର .
କାରଣ ସମୟ ଅଟଇ ବଳବାନ ଆମର |
ଏବେ ସମସ୍ତେ ବ୍ୟସ୍ତ କାର୍ଯ୍ୟାଳୟ ର କାମ ଘରୁ କରିବାର .
ତା ସହ ସୁଯୋଗ ପରିବାର କୁ ସମୟ ଦେବାର
ଆଉ ପୁରୁଣା ଅଭ୍ୟାସ କୁ ରୋମନ୍ଥନ କରି
ଭବିଷ୍ୟତ ପାଇଁ କିଛି ନୂଆ ଚିନ୍ତା କରିବାର |
ଏ ଛାଇ ଆଲୁଅ ଖେଳରେ ପୁଣି ନୂତନ ସୂର୍ଯ୍ୟ ଉଦିତ ହେବ
ଆଉ କରୋନା ହାରିବ ଶେଷରେ ମାନବ ଜିତିବ |
