ବାପା
ବାପା
ମା ଠାରୁ କିଛି କମ ନୁହଁଇ
ଯିଏ ଇଶ୍ୱରଙ୍କ ଆଉ ଏକ ରୂପ
ମେରୁ ପରି ଅଚଳ ଅଟଳ, ସିଏ ବାପା ।
ହୃଦୟର ବେଦନାରେ ସ୍ନେହ ଥାଏ
କିନ୍ତୁ ଉପରେ ଏକ ଗମ୍ଭୀରତାର ଝଲକ ଦିଶୁଥାଏ, ସିଏ ବାପା ।
ସବୁ ଲୁହ ପି ହସିବା ଶିଖାନ୍ତି
କେତେ ଯେ କସଣେ ନ ଯାଇ ଡରି, ସିଏ ବାପା ।
ଏବେ ମୋର ଆସିଛି ବେଳ, ବୁଝିଛି ଏହା ନୁହଁ ଏକ ପିଲାର ଖେଳ
ଦିନେ ଏକ କୁଆଁ କୁଆଁ ଡାକ ମୁଁ ଭି ଶୁଣିଲି
ବାପା ହେବାର ଅନୁଭୂତି ସେବେଠୁ ବୁଝିଲି ।
ଜୀବନ ଆରମ୍ଭ ଯାହାଙ୍କ ପାଇଁ କେବଳ ପିତୃ ଦିବସ ରେ ନୁହେଁ
ବରଂ ସଦା ସର୍ବଦା ମଥା ନୁଆଇଁ ଥାଏ ।
ତୁମ ଗାରିମାର ବର୍ଣ୍ଣନା ପାଇଁ ମୋ ଲେଖନୀରେ ନାହିଁ ଶକତି
ଯୁଗେ ଯୁଗେ ତୁମ କୋଳେ ମୁଁ ଜନମେ, ମିନତୀ ଏତିକି ।