ମୁକ୍ତି ଅଭିଳାଷା
ମୁକ୍ତି ଅଭିଳାଷା
ବେଳେ ବେଳେ ଭାବିବାକୁ
ମନ ବିବଶ ହୋଇ ଯାଏ,
ଯାହାକୁ ଦେଖ, ଯାହାକୁ ପଚାର,
ସଭିଙ୍କ ମନରେ, ସଭିଙ୍କ ମୁହଁରେ
ସେଇ ଗୋଟିଏ ଉତ୍ତର,
ମୁକ୍ତି ଦରକାର,
ସମସ୍ତେ ମୁକ୍ତିର ପଥ ଖୋଜୁଛନ୍ତି,
ବୁଝି ହୁଏନା, ଏ ମୁକ୍ତି,
କାହା ଠାରୁ କାହିଁକି ଦରକାର ?
କିଏ ବାନ୍ଧି ରଖିଛି ସମସ୍ତଙ୍କୁ,
କିଏ ଲଦି ଦେଇଛି ଏତେ
ଭାରି ବୋଝ ସଭିଙ୍କ ମଥାରେ ?
ସବୁ ଠାରୁ ବଡ, ମୁକ୍ତିର ଆଶା,
ଏଇ ମାୟା ସଂସାର ଜଂଜାଳରୁ ମୁକ୍ତି,
ସେଇ କେବଳ ଗୋଟିଏ ଅଭିଳାଷା,
ହେ ପ୍ରଭୁ, ଏ ସଂସାର ଜଞ୍ଜାଳରୁ
ଯେତେ ଶିଘ୍ର ପାର ମୁକ୍ତି ଦେଇ ଦିଅ,
ଫେରାଇ ନିଅ ହେ ପ୍ରଭୁ,
ତୁମର ସେ ବୈକୁଣ୍ଠ ଧାମକୁ ।
ଯେଉଠି ଅଛି, କେବଳ ଫୁର୍ସତର,
ଅନନ୍ଦର ଅସରନ୍ତି ମୁହୁର୍ତ୍ତ ଅନେକ,
ସେଠି ନା କିଛି କରିବାକୁ ହେବ,
ନା’ କଛି ଭାବିବାର ଆବଶ୍ୟକତା ଥିବ,
ଥିବ କେବଳ ରାଜକୀୟ ଥାଟ ବାଟ,
ଆରାମ ହି ଆରାମ, ଆନନ୍ଦ ତ ଆନନ୍ଦ
ସେଠି ଥିବ ପରମ ଆନନ୍ଦ ।
ନା’ କିଛି ଚିନ୍ତା, ନା’ କିଛି ଜଞ୍ଜାଳ,
ନା’ କାହାର କିଛି ଫରମାଇସୀ ଥିବ,
ବୈକୁଣ୍ଠରେ ଥିବ ଖାଲି ନିର୍ଜଞ୍ଜାଳ ଶାନ୍ତି ।
କାହିଁକି ଚାହୁଁଛ ବନ୍ଧୁ ଯିବା ପାଇଁ
କେଉଁ ଏକ ଅଜଣା ରାଇଜେ ?
ସବୁ କିଛି ତ ଏଇଠି ଅଛି,
ଯାହା କିଛି, ଅଛି ସ୍ୱର୍ଗ ଧାମେ,
ପ୍ରଭୁ ବି ପାରେନା ଭୁଲି,
ଏ ସୁନ୍ଦର ସୃଷ୍ଟିର ମମତା,
ମାତା କୋଳ ଖୋଜେ ଏଠି ପୁଣି
ବନ୍ଧୁର ବନ୍ଧୁତ୍ୱ, ପ୍ରେମ ଟିକେ ପାଇଁ
ଚାଲି ଆସେ ନେଇ ନା ନା ରୂପ ।
ଭଗବାନ ସୃଷ୍ଟ ଏ ବିଶାଳ ପୃଥିବୀ,
ଫଞ୍ଚଭୂତ ସେବା ପାଇଁ ସର୍ବଦା ତତ୍ପର
ମୁକ୍ତ ବାୟୁ, ଅସରନ୍ତି ଜଳ, ବିସ୍ତିର୍ଣ୍ଣ ଗଗନ,
ଏତେ ବିଶାଳ ଧରିତ୍ରୀ,
ଚନ୍ଦ୍ର ସୂର୍ଯ୍ୟ ଘଡି ଦେଖି ସମୟରେ
ଆସନ୍ତି, ରୁହନ୍ତି ଓ ଯାଆନ୍ତି,
ଋତୁ ଚକ୍ର ନିୟମରେ, ନିୟମିତ ଆସେ,
ନିଜର ସେବା ଦେବାରେ,
କେବେ କେହି କୁଣ୍ଠିତ ନୁହନ୍ତି ।
କି ସୁନ୍ଦର ଆହା, କି ଆନନ୍ଦ ମୟ
ଏହି ବିଶାଳ ସଂସାର, ଭୁଲୁଛ କେମିତି?
ପୁରୁଷ ଓ ନାରୀ ଗଢିଛି ବିଧାତା,
ପରିବାର ପାଇଁ, ପ୍ରକୃତିକୁ
ଆଗେ ବଢାଇବା ପାଇଁ ।
ପ୍ରେମ, ସ୍ନହ, ବାତ୍ସଲ୍ୟ ମମତା,
ଦୟା, କରୁଣା, ସମ୍ବେଦନଶୀଳ,
କୋମଳ ହୃଦୟ ଦେଇଛି,
ରାଗ, ଦ୍ୱେଶ ହିଂସା, ଇର୍ଷା, ପରଶ୍ରୀକାତର
ଗୁଣ ବି ଦେଇଛି ସବୁରି ହୃଦୟେ,
ଅମୃତ ବି ବିଷ ବି ଖଞ୍ଜିଛି,
ଭାବିବାକୁ, ଭୁଲ ଠିକ୍ ନିର୍ଣୟ ପାଇଁ,
ବିବେକ ଓ ମସ୍ତିସ୍କ ଦେଇଛି,
ସୁନ୍ଦର ସବଳ ଶରୀର ଦେଇଛି ।
କି ବସ୍ତୁର ଅଭାବ ଏଠି ଅବା,
କେଉଁ ଆବଷ୍ୟକତା ପାଇଁ,
କଣ ବା ଦେଇ ନାହିଁ କୁହ ?
ଏତେ ସବୁ ମିଳି ଗଲା ପରେ ବି,
କାହିଁକି ବିବ୍ରତ ମଣିଷ,
କାହିଁକି ଖୋଜୁଛି ପଳାୟନର ମାର୍ଗ,
ମୁକ୍ତିର ଛଦ୍ମ ଆଢୁଆଳେ?
ଏଇ ଦୁନିଆର କ୍ରିକେଟ ପଡିଆରେ
ଆମେ ସବୁ ଖେଳାଳୀ ଜଣେ ଜଣେ,
ଦର୍ଶକ ଦିଘାରେ ଦେଖ ବସିଛି ସେ,
ସିଲେକ୍ଟର, ମ୍ୟାନେଜର,
କୋଚ ଓ ଆମ୍ପାୟର,
ଅଲ୍ ଇନ୍ ୱାନ, ସେଇ ଭଗବାନ ।
ଭଲ ଫିଲ୍ଡ ଦେଇଛି,
ପିଚ୍ ବି ଖେଳ ଉପଯୋଗୀ,
ଏବେ ତୁମେ ଖେଳ, ଛକ୍କା ଚୌକା ମାର,
ଅବା ତୁମ ବୋଲିଂରେ ୱିକେଟ ଉଡାଅ ।
ଭଲ ଖିଲାଡି ତ ଆନନ୍ଦେ ଖେଳିବ,
ଅନାଡି ଯେ ମଉକା ଖୋଜିବ,
କି ଉପାୟେ ଡ୍ରେସିଂ ରୁମକୁ ଫେରିବ ।
କୁହ ଦେଖି ଭଲା ଥରେ,
ଅନାଡି କି ଦାବି କରି ପାରେ
ମ୍ୟାନ୍ ଅଫ ମ୍ୟାଚର ଭବ୍ୟ ପୁରସ୍କାର ?
କି ହେବ ଦଶା ତାର ?
କୋଚ ତ ଛାଡିବନି ଜମା,
ବାରମ୍ବାର ଟାଣି ନେବ,
ଅଭ୍ୟାସର ମଇଦାନକୁ,
ଭଲ ଭାବେ ରଗଡିବ ଯେ ପର୍ଯ୍ୟନ୍ତ
ପୋଖତ ଖେଳାଳିଟିଏ,
ନ ହୋଇ ଯାଇଛି ।
ନ ହୋଇ ପାରିଲା ଯଦି,
ମୁକ୍ତ କରି ଦେବ, ଟିମରୁ ଧକ୍କା ମାରି
ବାହାରର ରାସ୍ତା ଦେଖାଇବ ।
ବନ୍ଧୁ ପଳାୟନ ରାସ୍ତା ଖୋଜ ନାହିଁ
ମୁକ୍ତି ମାର୍ଗ ନୁହେଁ,
ନର୍କର ରାସ୍ତା ଖୋଲି ଯିବ ।
ସଂସାରର ଖେଳ ମଇଦାନେ,
ଭଲ ଖେଳିବାକୁ ଶିଖ,
ସବୁ ସାଧନ ତ ଉପଲବ୍ଧ ଏଠି ।
ଟ୍ରଫି ପାଇଁ ଚେଷ୍ଟାକର,
ଟ୍ରଫି ନ ହେଲେ ନାହିଁ,
ଟିମ ମେମ୍ବରର ମେଡାଲ ଟିଏ ତ,
ଖେଳ ଶେଷ ରେ ଅବଶ୍ୟ ମିଳିବ ।
****×****