STORYMIRROR

Lata Behera

Abstract

3  

Lata Behera

Abstract

ସତ ଲୁଚିଗଲା ମଦ ପାଖରେ

ସତ ଲୁଚିଗଲା ମଦ ପାଖରେ

3 mins
196



ଗୋଟେ ପରିବାରେ ବପା ମାଆ ସାଥେ

     ଥିଲେ ଦୁଇ ଗୋଟି ଝିଅ

ଝିଅ ନୁହେଁ ସେତ କାଳ ସର୍ପ ପରି

      ହେଉଥିଲେ ଫଅଁ ଫଅଁ ।


ଧୀରେ ଧୀରେ ସିଏ ବଡ ହେଇ ଗଲେ

     ବଢିଲା ତାଙ୍କର କୀର୍ତ୍ତି 

ମିଛ ରାଜୁତିରେ ଚୋରି ଠକାମୀରେ

     ବଢାଇ ଦେଲେ ସମ୍ପତ୍ତି ।


ଅନ୍ୟାୟ ଅଧର୍ମ କରିଲେ ବହୁତ 

     ଅନୀତି କାମ କରିଲେ 

ଲୋକଙ୍କ ପାଖରେ ଚଳି ପାରିଲେନି

      ଗାଆଁ ଛାଡି କି ଆସିଲେ ।


ଅନତୀ ଦୂରରେ କୁଡିଆ କରିଣ

     ସେଇଠି କରିଲେ ବାସ

କେତେ ଲୋକଙ୍କର ଜୀବନ ଜୀବିକା 

     କରି ଦେଲେ ସିଏ ଶେଷ ।


ବାପଟି ତାହାର ଅତି ଯେ ନିରୀହ 

      କିଛି କହି ପାରେ ନାହିଁ 

ଝିଅଙ୍କ ରାଜୁତି ମାଆର ଦପ୍ତରେ

     ମଥା ନଇଁ ଥାଏ ତହିଁ ।


କେତେ ପୁଅ ସାଥେ ସମ୍ପର୍କ ରଖିଲେ 

     ତାହାର କଳନା ନାହିଁ 

ଭଲ ବ୍ୟବସାୟ ସେଥିରେ କରିଲେ

      ବାପା ତାର ଥାଏ ଚାହିଁ ।


କେତେ ସୁନା ରୂପା ଚେନ୍ ଆଣିଲେ

     ସେଇ ପୁଅଙ୍କ ପାଖରୁ

ମୁଦି ପାଉଁଜି ଘଣ୍ଟା କିଣିଲେ ବହୁତ 

     ଟଙ୍କା ଗଣି ପକେଟରୁ ।


କାହାକୁ କେଉଁଠି ଦେଖା ସେ କରନ୍ତି 

      ନ ଥାଏ କିଛି ଠିକଣା 

କେବେ କଲେଜରେ କେବେ ସେ ପାର୍କେ

    କେବେ ମନ୍ଦିର ଝରଣା ।


ବଦଲାମୀ ଦିନୁ ଦିନ ବଢିଗଲା

     କରିଲେ ସେ କୂଟନୀତି

ଗୋଟିଏ ସାଙ୍ଗକୁ ଫସେଇ ସେ ଜାଳି

     ଜୀବନ ତା କଲେ ଇତି ।


ସବୁଆଡେ ତାହା ହେଲା ପ୍ରଚାରିତ 

     ଭାଙ୍ଗି ଗଲା ବାହାଘର

ଏଇ କଥା ଯେବେ ପ୍ରଘଟ ହୋଇଲା

      ସଭିଁଏ ହୋଇଲେ ଦୂର ।


ଗୁଣି ଗାରେଡିର ଔଷଧ ବଳରେ

     ବାଛିଲେ ଗୋଟିଏ ବର 

କଥାକୁ ଲୁଚାଇ ସେଇ ଧନ ଦେଇ

     କରି ଦେଲେ ବାହାଘର ।


ସାନ ଝିଅ କଥା ନ କହିବା ଭଲ 

    ରଖେ ସେ ଅନେକ ଟୋକା

ସାଜି ସେ ପ୍ରେମିକା ଅଧାରେ କାହାକୁ 

     ଦେଇଥାଏ ସିଏ ଧୋକା ।


ଅଚାନକ ଦିନେ ଆସେ ବଡ ଜ୍ବାଇଁ

      ଖୁସିରେ ଶଶୁର ଘର

ଶାଳୀ ପାଖରେ ସେ ଦେଖିଲା ରହିଛି

     ପୁଅଟେ ଘର ଭିତର ।


ରାଗେ ଗରଗର ଶାଳୀ ତାର ହେଲା

     ମାରିବାକୁ ଉଠିଗଲା 

ହାତେ ଧଡା ଧରି ଭିଣେଇକି ତାର

     ନିସ୍ତୁମରେ ବାଡେଇଲା ।


ରାଗିଯାଇ ଜ୍ବାଇଁ ଶାଶୁକୁ ତାହାର 

     ବହେ କଥା ଗଲା କହି

 ଧିକ୍ ଝିଅ ତୁମ ଚରିତ୍ର ଯେ ନାହିଁ 

     ମାଆ ହେଇ ଦେଖ ରହି ।


ଏଇ କଥା ଶୁଣି କହେ ତାର ଶାଳୀ

     ନିଜ ସ୍ତିରୀକୁ ପଚାର

ସିଏ କହି ଦେବ ତୁମେ ତାର ପୁଣି

     ହେଉଛ କେତେ ନମ୍ବର ।


ଏମିତି ଯେମିତି ଶୁଣି ଦେଲା ସିଏ

    ରାଗ ମାଥେ ଚଢି ଗଲା

ବେଶ୍ୟା ଘରେ ମୋତେ ଛନ୍ଦି ଦେଇଗଲେ

    କହି ସ୍ୱାମୀ ଗାଳି ଦେଲା ।


ବେଳୁ ବେଳ କଳି ପ୍ରବଳ ହୋଇଲା

     ଲୋକ ଭିଡ ଜମି ଗଲେ 

ବୁଝେଇ ଶୁଝେଇ ଖିଅକୁ ତାହାର 

     ସ୍ୱାମୀ ସାଥେ ପଠେଇଲେ ।


କିଛି ଦିନ ପରେ ଆଉ ଗୋଟେ ପିଲା 

    ସାଥେ ଶାଳୀ ବାହା ହେଲା

ଏଇ କଥା ଦେଖି ଭିଣେଇ ତାହାର 

     କେତେ ଧିକାର କରିଲା ।


କର୍ଣ୍ଣପାତ ତାହା ଶାଳୀ ନ କରିଣ

      ବାହାରେ ଏଠୁ ବୋଇଲା 

ମଦୁଆଟା ମଦ ପିଇ ଦେଇ ଆସି

      ମିଛ ତାମସା କରିଲା ।


ବାହାଘର ସେଠି ସରିଗଲା ସିନା

      ରାଗ ଥିଲା ଶାଳୀ ମନେ

ମନେ ମନେ ସିଏ ସୁଯୋଗ ଖୋଜିଲା

     ତାକୁ ଦେବ କେବେ ପାନେ ।


ଶଶୁରଙ୍କ ଦେହ ଅସୁସ୍ଥ ହେବାର

     କଥାକୁ ଯେବେ ଶୁଣିଲେ 

ଆଗ କଥା ସବୁ ପଛକୁ ପକେଇ 

     ଦେଖିବାକୁ ସେ ଆସିଲେ ।


ଦୁଇ ଝିଅ ତାର ଦୁଇ

ମାସ ରହି

     ସେବା ଯତନ କରିଲେ ।

ଦିନେ ବଡ ଜ୍ବାଇଁ ଆସିଲେ ଘରକୁ 

    ସାଥେ ନେଇ ଯିବା ପାଇଁ 

ଶାଳୀ ରାଗି ଯାଇ ଦେଲାକ ଚାପୁଡେ

    ମୁଣ୍ଡ ହେଇଗଲା ଝାଇଁ ।


ରାଗି ଯାଇ ସିଏ ଶାଳୀର ଚୁଟିକୁ 

    ଧରି ବୁଲେଇଣ ଦେଲା 

ଦୂରରେ ଛିଟିକି ପଡି ଶାଳୀ ତାକୁ 

     ଲୁହା ରଡେ ବାଡେଇଲା ।


ଶଶୁରଟି ତାର ଚାହିଁ ରହି ଥାଏ 

     ଆସିଗଲେ ଦୁଇ ପିଲା 

ବଡ ଜ୍ବାଇଁ ରାଗି କହିଲା ତାହାଙ୍କୁ 

     ତୁମେ କିଏ କୁହ ଭଲା ।


ଏକଥା ଶୁଣିଣ ଦୁଇ ଝିଅ ତାର 

      ଅପମାନ ତାକୁ ଦେଲେ 

ଏଇ ଠାରୁ ଏବେ ଚାଲି ଯାଅ ତୁମେ

    କହି ବାହାର କରିଲେ ।


ବାହାରେ ସେ ରହି ଡାକିଲା ସ୍ତ୍ରୀକୁ

     ମୋ ସାଥେ ଘରକୁ ଚାଲ

ଏଇ ଠାରେ ରହି ତୁମେ ଦୁଇ ଜଣ

     କରୁଛ ନାଟକ ଭଲ ।


ସ୍ତ୍ରୀ ତାର କହେ ଭଉଣୀକୁ ମୋର

    ଆଜି ଛାଡି ନେବି ମୁହିଁ 

କେମିତି କହୁଛୁ ସାଥିରେ ଯିବାକୁ

     ତୋ ମୁହଁକୁ ଲାଜ ନାହିଁ ।


ତମ ଘରକୁ ତୁ ଏବେ ଚାଲି ଯା

     ମୁଁ ଥିବି ଆମ ଘର

କହି ଠେଲି ଦେଇ କବାଟ କିଳିଲା

     ହସୁ ଥିଲା କରକର ।


ଗାଳି ମାଡ ଏତେ ଅପମାନ ପାଇ

     ସହି ପାରିଲାନି ସିଏ

ବାଇକ ନେଇଣ ମଦକୁ ପିଇଣ

     ଆସି ଦେଲା ଡାକ ଟିଏ ।


କେତେ ଯତନରେ ଶାଳୀର ଘରକୁ 

     ସେମାନେ ବାହାରି ଥିଲେ

ମଦୁଆ ମୁହଁକୁ ଲାଜ ନାହିଁ କହି

     ଗାଡିରେ ସେ ବସି ଗଲେ ।


ସ୍ତ୍ରୀ ତାର ଚହେ ଆସେଲା ବେଳକୁ

     ନ ଥିବୁ ତୁ ଆମ ଘର

ମରିବାକୁ ଯଦି ଇଚ୍ଛା ଅଛି ତୋର 

     ମର ଖାଇ ଜହର ।


ଏହା କହି ଗାଡି ଛାଡିଲା ବେଳକୁ

     ବସିଲା ଯାଇ ଜବର 

କରିଥିବା ଫଟୋ ଭିଡିଓ କହେ

     ଦେଖାଇବି ତୋର ବର ।


ଏଇ କଥା ଶୁଣି ରାଗି ଗଲେ ସବୁ

     ମୋବାଇଲ୍ ଛଡେଇଲେ 

ଜୋର ଜବର ମାଡି ବସି ତାକୁ

     ପେଟେ ମନଦ ପିଆଇଲେ ।


ତଥାପି ହାତରୁ ମୋବାଇଲ୍ ତାର

    ଛଡେଇ ସେ ପାରିଲେନି 

ଯେତେ କହିଲେବି ଡେଲେଟ୍ ବିକର

    ତାହା ସିଏ କରିଲାନି ।


ବେଳୁ ବେଳ ରାଗ ବଢିଲା ବହୁତ 

     ଗାଡି ରଖିଲେ ବ୍ରିଜରେ

ମିଳି ମିଶି ଟାଣି ଓଟାରି ଆଣିଲେ

     ପକେଇ ଦେଲେ ନଦୀରେ ।


ନଦୀରେ କେଉଟ ମାଛ ମାରୁଥିଲେ

     ତାକୁ ଉଦ୍ଧାର କରିଲେ 

ମିଡିଆ ପୋଲିସ୍ ଆସେ ପହଞ୍ଚିଲେ

     ଘଟଣା କ'ଣ ପୁଛିଲେ ।


ଗୋଟି ଗୋଟି କରି ସବୁ ସତ କଥା

      ଜ୍ବାଇଁ ତାର କହି ଦେଲା 

ଏଇ ସମୟରେ ଡାକ୍ତର ରିପୋର୍ଟ

     ପାଖେ ଆସି ପହଞ୍ଚିଲା ।


ଶାଳୀ ଶାଶୁ ସ୍ତ୍ରୀ କହିଲେ ଏକଥା

     ଗୋଟିଏ ଏ ବି ସତ ନୁହେଁ 

ଏଇ କାରଣରୁ ନଦୀକୁ ଡେଇଁଲେ 

     ମଦ ପିଇ ଥିଲେ ବହେ ।


ଯେତେ ସ୍ୱାମୀ ତାର ସତକୁ କହିଲା

     ମଦରେ କାଟିଲେ ସିଏ 

ଡାକ୍ତର ରିପୋର୍ଟ ପ୍ରମାଣିତ କଲା

     ମଦ ପିଇ ଅଛି ଇଏ ।


ମଦର ନାଆଁରେ ସତଟି ଲୁଚିଲା 

     ମିଛ ସ୍ୱାମୀ ହେଇଗଲା

କେଉଁ ଭିଡିଓକୁ ଦେଖେଇବ ଆଉ

     ମୋବାଇଲ ନଦୀ ନେଲା ।


ତା କଥାକୁ କେହି କଲେନି ବିଶ୍ୱାସ 

      କହିଲେ ମଦୁଆ ବୋଲି

ସତ ଲୁଚି ଗଲା ମଦର ପାଖରେ

      ହସୁଥିଲା ବସି ଶାଳୀ ।


ବସି ଭେଣେଇଟି କାନ୍ଦୁ ଥିଲା ତାର

     ମଦ ପାଇଁ ଗଲି ହାରି

ବଞ୍ଚିଥିବା ଯାଏ ଛୁଇଁ ବିନି ମଦ

      ଦେଖିବିନି ଶାଳୀ ଷ୍ଟୋରୀ ।


ମଦ ପାଇଁ ସିନା ସବୁ ସତ ଗଲା

      ଇଜତ୍ ବି ଚାଲିଗଲା 

ପରିସ୍ଥିତି ଯାହା ହେଉନା କାହିଁକି

      ମଦ ନ ଛୁଇଁବ ଭଲା ।


     


Rate this content
Log in

Similar oriya poem from Abstract