Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ପ୍ଲାଟଫର୍ମ ନଂ-୧

ପ୍ଲାଟଫର୍ମ ନଂ-୧

3 mins
129



ସେ ଦିନ ମୁଁ ନୂଆକି ଟ୍ରେନରେ ବସିବାକୁ ଯାଇଥାଏ। ମୋର ଟ୍ରେନ୍ ବିଷୟରେ ବିଲକୁଲ ଧାରଣା ହିଁ ନ ଥାଏ। ବୟସ ଯଦିଓ ପଚାଶ ପୂରି ସାରିଛି ତଥାପି ଟ୍ରେନରେ ଯାତାୟତ ପୂରା ଅନଭିଜ୍ଞ ହୋଇଥିବାରୁ ନିଜକୁ ଅଡ଼ୁଆ ଲାଗୁଥିଲା। କାହାକୁ କିଛି ବୁଝିବା ନିଜକୁ ସଙ୍କୋଚ ମନେ କରି ନିଜେ ହିଁ ନିଜର ଯାତାୟତ ପଥକୁ ଆବୋରି ନେଲି। ମୁଁ ମୋର ବ୍ୟାଗଟି ଧରି ହରିଚନ୍ଦନପୁର ପ୍ଲାଟଫର୍ମରେ ଉଠିଲି ଓ ଯାଇ ଭୁବନେଶ୍ୱରରେ ପହଞ୍ଚି ଓହ୍ଲାଇଲି। ମୁଁ ନିଜକୁ ଯଦିଓ ଅସହାୟ ମଣୁଥାଏ ତଥାପି ସାହସ ସଞ୍ଚୟ କରି ଯାଇ ପହଞ୍ଚିଲି ଆମ ରାଜଧାନୀ ଭୁବନେଶ୍ୱର।

        ମୁଁ ଅନୁକରଣ କରୁଥାଏ ଅନ୍ୟମାନଙ୍କୁ ଆଉ ନିଜକୁ ପ୍ରସ୍ତୁତ ହେଉଥାଏ ଯାତ୍ରା ଯେମିତି ବିଲକୁଲ ଶୁଭଙ୍କର ହେବ। ଭୁବରେଶ୍ୱରରୁ ପୁଣି ଟିକେଟ କାଟିଲି ଚେନ୍ନାଇ ସକାଶେ କାରଣ ସେଠାରେ ମୋର ପୁଅ ନୂଆକି ଏଇ କେଇମାସ ହେବ ଘରୋଇ କମ୍ପାନୀରେ କାମ କରୁଛି। ତାର ଅରିଜିନାଲ ସାର୍ଟିଫିକେଟ ଲୋଡା ହେବା ଯୋଗୁଁ ମୋତେ ଯିବାକୁ ହେଉଛି। ମୁଁ ଅପେକ୍ଷା କରିଛି ଟ୍ରେନ ଆସିଲେ ହିଁ ଯିବି ଅଳ୍ପ କେଇ ସମୟପରେ ଟ୍ରେନଟି ଆସିଗଲା ତ ତରତର ହୋଇ ଦୌଡିକି ଚଢ଼ିଗଲି। ମୋତେ ଜଣା ନାହିଁ କି ଟ୍ରେନରେ ଯିବାକୁ ହେଲେ ପ୍ଲାଟଫର୍ମ ଖୋଜିବାକୁ ହୁଏ। ଯଦିଓ ଘନଘନ ଘୋଷଣା ହେଉଥିଲା ମୋର ସେ ଆଡ଼କୁ ଧ୍ୟାନ ହିଁ ନାହି। ମୁଁ ଚଢ଼ିଗଲି ଆଉ ଗୋଟିଏ ବଗିରେ ବସିଗଲି ହଠାତ୍ ଜଣେ ଭଦ୍ର ମହିଳା ଆସି କହିଲେ,"ଭାଇ ! ଏଇଟା ମୋର ବସିବା ସ୍ଥାନ। ଆପଣଙ୍କ ସ୍ଥାନ ଆଉ କୁଆଡେ ରହିଥିବ ଖୋଜନ୍ତୁ।" ମୁଁ ତାଙ୍କୁ ବଲବଲ୍ କରି ଚାହିଁଲି ଆଉ କହିଲି ଏଇ ଦେଖନ୍ତୁ ମୋର ବି ଟିକେଟ ରହିଛି ଏଥିରେ ଚେନ୍ନାଇ ଯିବାର ମଧ୍ଯ ସୁବ୍ୟବସ୍ଥା କରିଛି। ଭଦ୍ର ମହିଳା ଜଣଙ୍କ ମୋର ଟିକେଟ ତନଖି କହିଲେ,"ଭାଇ ! ଏଇଟା ଚେନ୍ନାଇ ନୁହଁ ମୁମ୍ବାଇ ଯିବ। ଆପଣଙ୍କ ଚେନ୍ନାଇ ଟ୍ରେନ ଆଉ ଅଳ୍ପ କିଛି ସମୟ ପରେ ହିଁ ଆସିବ।" ଅଗତ୍ୟା ତରତର ହୋଇ ମୋତେ ଓହ୍ଲାଇବାକୁ ପଡ଼ିଲା ଆଉ ଠିକଣା ଟ୍ରେନକୁ ଅପେକ୍ଷା କରି ବସିଲି ପୁଣି ଆଉ ଏକ ଟ୍ରେନ ଆସିଗଲା ତ ଦୌଡ଼ିଯାଇ ଚଢ଼ିଗଲି। ଘୋଷଣା ହେଉଥିଲା ଏବେଏବେ ଚେନ୍ନାଇ ଟ୍ରେନଟି ଆସି ପହଞ୍ଚିଯିବ। ସେ ଘୋଷଣା ମାଧ୍ୟମରେ କହୁଥାଏ କି ଚେନ୍ନାଇ ଟ୍ରେନଟି ପ୍ଲାଟଫର୍ମ ନମ୍ବର -୧ରେ ହିଁ ଆସି ଠିଆ ହେବ। ମୁଁ ତ ପ୍ଲାଟଫର୍ମ ନମ୍ବର କ'ଣ ଜାଣିନାହିଁ କେବଳ କନକନ ହେବା ବେଳକୁ ଜଣେ ଟିଟିଆଇ ମୋତେ ସାହାଯ୍ୟର ହାତ ବଢାଇଲେ ଆଉ ଠିକଣା ପ୍ଲାଟଫର୍ମ ନମ୍ବର-୧ରେ ନେଇକି ବସାଇ ଦେଲେ।

       ଟ୍ରେନଟି ଆଗକୁ ମାଡି ଚାଲିଲା। ମୁଁ ଝରକା ଫାଙ୍କରେ ଜୁଳୁଜୁଳୁ କରି ଅନେଇଁ ଥାଏ। ବିଲ,ବନ,ନଦୀ,ପାହାଡ଼ ଓ ଝରଣା ଦେଇ ଅତିକ୍ରମ କରୁଥାଏ ତ ହୃଦୟ କୋଣରେ କେତେ ସ୍ବପ୍ନ ଉଙ୍କି ମାରୁଥାଏ। ମୋର ପାଖରେ ଜଣେ ଭଦ୍ର ମହିଳା ଆଗରୁ ବସିଥିଲେ। ମୋର ନୀରବତା ଦେଖି କହିଲେ,"ଆଜ୍ଞା ! କୁଆଡେ ଯାଉଛନ୍ତି କି?" ମୁଁ ଏଥର ସତ୍ୟତା ଜଣାଇ ଓ ମୌନତା ପୂର୍ବକ ବସିଗଲି ତ ଭଦ୍ର ମହିଳା ମୋର ପାଖକୁ ଆହୁରି ପାଖକୁ ଘୁଞ୍ଚିଆସି ମୋତେ କହିଲେ,"ଆଜ୍ଞା ! ଏଇ ନିଅନ୍ତୁ ଆଲୁଚପ ଗରମ ଗରମ ହୋଇଛି ଧରନ୍ତୁ ଦୁହେଁ ମିଶିକି ଖାଇବା।" ମୋତେ ତ ପ୍ରବଳ ଭୋକ ହେଉଥିଲା କିଛି ବି ଭାବିବା ଆଗରୁ ଟାଉଟାଉ କରି ଖାଇନେଲି। ମୁଁ ଗୋଟିଏ ଅଲୁଚପ ଖାଇ ଆଉ ଗୋଟିଏ ଖାଇବାକୁ ହାତ ବଢ଼ାଉ ବଢାଇ ମୁଣ୍ଡ ମୋର ବୁଲାଇବା ଆରମ୍ଭ କଲା ତ ସେ ମୋତେ କ'ଣ ହେଲା କହିକି ମିଛ ବାହାନା କରି ମୋର ସେବା ଆରମ୍ଭ କରିଦେଲା। ଅଳ୍ପ ସମୟ ପରେ ସେ ମୋରି ବ୍ୟାଗ୍ ଓ ପିନ୍ଧିଥିବା ଶାର୍ଟ୍ ପକେଟ୍ ଅଣ୍ଡାଳି ଟଙ୍କାକୁ ହାତେଇ ନେଲା। ମୁଁ ବେହୋସ ପୂରା ହୋଇଗଲି ତ ଭଦ୍ର ମହିଳା ସବୁତକ ଟଙ୍କା ହାତେଇ ଆଗକୁ ଆସୁଥିବା ପ୍ଲାଟଫର୍ମରେ ଓହ୍ଲାଇବାକୁ ସଜବାଜ ହେଲା। ସେ ଭଦ୍ର ମହିଳା ଯେଉଁ ନୀଚ କାମ କରୁଥିଲା ପାଖରେ ବସିଥିବା ଜଣେ ଲୋକ ଭିଡିଓ କରି ରଖିଥିଲା। ଯେମିତି ପ୍ଲାଟଫର୍ମ ପହଞ୍ଚି ଆସିଛି ଭଦ୍ର ମହିଳା ଜଣଙ୍କ ଓହ୍ଲାଇ ପଡ଼ିବାକୁ ଉଦ୍ୟତ ହେବା ବେଳକୁ ଭିଡିଓ କରି ରଖିଥିବା ଲୋକଟି ବାଟ ଓଗଲିଲା ମାତ୍ର ଭଦ୍ର ମହିଳା ଜଣଙ୍କ ଭୟଙ୍କର ହୋଇ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଲା ନାହି। ଲୋକଟି ଭଦ୍ର ମହିଳାଙ୍କୁ ଭିଡିଓ ଦେଖାଇ ଆଉ ପୋଲିସଙ୍କୁ ଡାକି ମାଡ଼,ଜୋରିମନା ଓ ଥାନାକୁ ନେଇଯିବା ନିଶ୍ଚିନ୍ତ ମଣିଲା।

       ମୋତେ ସହାୟତା କରୁଥିବା ଭଦ୍ର ଲୋକଟି ଅସଲରେ ଜଣେ ଟି.ଟି.ଆଇ ଥିଲେ। ସେ ସାଧା ପୋଷାକରେ ଥିବାରୁ କେହି ବି ଜାଣିବାକୁ ଖୋରାକ ପାଇ ପାରି ନ ଥିଲେ। ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦେଲି। ମୋର ଯାତ୍ରାର କାହାଣୀ କହିଲି ତ ଟି.ଟି.ଆଇ ମୋତେ ପୂରା ସହାୟତା କରି ପୁଅ ପାଖରେ ପହଞ୍ଚାଇବାକୁ ଲାଗି ପଡ଼ିଲେ। ପୁଅ ମୋର ପାଖରେ ପହଞ୍ଚିବା କ୍ଷଣି ମୋତେ ଛାଡିକି ଚାଲିଗଲେ। ମୁଁ ତାଙ୍କ ଯିବା ବାଟକୁ ଚାହିଁ ରହିଲି ପୁଅ ମୋତେ ତାଙ୍କ ସହିତ ନେଇ ଆଉ ଗାଁ'କୁ ଛାଡ଼ିଲା ନାହିଁ କାରଣ ସେ ଚାହିଁଲା କି ବାପା ଘରକୁ ଯାଇ କ'ଣ କରିବେ? ଅଳ୍ପକିଛି ଯେଉଁ ଜମିବାଡ଼ି ଅଛି ତାଙ୍କର କାକା ବୁଝାବୁଝି କରି ରୁହନ୍ତୁ। ସେମାନେ ଯେବେ ଗାଁ'କୁ ଯିବେ ତ କୁଣିଆଁ ସଦୃଶ ରହି ଫେରି ଆସିବେ। ପୁଅ ତାର କାକାଙ୍କୁ ଫୋନରେ ଏସବୁ କହିକି ଜଣେଇ ଦେଲା। ଆଜିକାଲି ମୁଁ ଯଦିଓ ଚେନ୍ନାଇରେ ରହୁଛି ହେଲେ ମୋଟେ ଭଲ ଲାଗୁନାହି କାରଣ ଏଠାରେ ବିଲକୁଲ ସ୍ଵାଧୀନତା ନାହିଁ। ଦିନ ତମାମ ଘର ଭିତରେ ବନ୍ଦୀ। ମୁକ୍ତ ପବନ ମୁଠାଏ ମିଳୁ ନାହି। ପାଣି ମୁନ୍ଦାକ ମଧ୍ୟ ନ କିଣିଲେ ନ ଚଳେ। 

       କ'ଣ କରିବି? ପୁଅ ଗାଁ'କୁ ନ ପଠେଇବାର କାରଣ ତାର ମାଆ ନାହାଁନ୍ତି କାହିଁ କେତେ ଦିନରୁ ଆର ପାରିକୁ ଚାଲି ଯାଇଛନ୍ତି ତ ଘରେ ଏକୁଟିଆ ରହିବାକୁ ହେବ ତେଣୁ ପୁଅର କଥାକୁ ମାନି ରହୁଛି ସିନା ଏ ଦେହଟା ଚେନ୍ନାଇରେ ମାତ୍ର ମନଟି ଗାଁ'ରେ। ସତରେ ! ପ୍ଲାଟଫର୍ମ ନମ୍ବର-୧ ମୋତେ ଯେଉଁ ଅନୁଭୂତି ଓ ଶିକ୍ଷା ପ୍ରଦାନ କଲା ବଞ୍ଚିଥିବା ଯାଏଁ ଅବଶ୍ୟ ମନେ ରହିବ।



Rate this content
Log in

Similar oriya poem from Abstract