STORYMIRROR

Puspalata Sahoo

Abstract

3  

Puspalata Sahoo

Abstract

ଧର୍ମର ଦ୍ୱାହି

ଧର୍ମର ଦ୍ୱାହି

1 min
245

ଧର୍ମ ଏକ ପୋତ ଗଢ଼ିଛନ୍ତି ଵିଧି 

ତରିବାକୁ ଏଇ ସଂସାର ବାରିଧି 

ଧର୍ମ ଅଧର୍ମର ସଂସାର ଏହି 

ବୁଝନ୍ତିନି କେବେ ଧର୍ମକୁ କେହି 

ଅଧର୍ମ ପଥରେ ସମସ୍ତେ ଚାଲି 

ଦେଉଛନ୍ତି ଧର୍ମ ଭାଷଣ ଖାଲି 

କଳି ଯୁଗେ ଧର୍ମ ଅଧର୍ମ ସାଥେ 

ବଞ୍ଚିଛି ସତ୍ୟ ମିଥ୍ୟାର ପଥେ 

ଯିଏ କରେ ଧର୍ମ ପୁଣ୍ୟ ଅର୍ଜନ 

ତା ସାଥେ ହୁଅଇ ଅଧର୍ମ କର୍ମ 

ପର ପୁରୁଷରେ ରାତି ବିତାଇ 

ନାରୀ ସତୀବ୍ରତା ନିଜେ ବୋଲାଇ 

ଅଧର୍ମ ପଥରେ ବଢ଼ାଇ ବିତ୍ତ 

ସାଧୁ କହେ ଧନୀ ଫୁଲେଇ ଚିତ୍ତ 

ଧର୍ମର ଦ୍ୱାହିରେ ଚାଲିଛି ନାବ 

ହିନ୍ଦୁ ମୁସଲିମ ମଧ୍ୟରେ ଭେଦ 

ଅଧର୍ମ ବଢିଲେ ଧରା ପୃଷ୍ଠରେ 

ସଂହାର ହୁଅନ୍ତି ଦୁଷ୍ଟ ମହୀରେ 

ଯୁଗେ ଯୁଗେ ଧର୍ମ ସ୍ଥାପନ ପାଇଁ 

ଜନ୍ମ ନେଲେ ନନ୍ଦ ବାଳ କହ୍ନେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract