STORYMIRROR

Puspalata Sahoo

Abstract

3  

Puspalata Sahoo

Abstract

ସେବା

ସେବା

1 min
232

ଭାରତ ମୋ ଦେଶ ମୁଁ ତାର ସେବକ 

କରିବି ତାହାରି ସେବା 

ଜୀବ ଥିବା ଯାଏ ନ ପଡିବି ଥକି 

ଖୋଲି ମୋ ମନ ଦରଜା !!

ହେବି ମୁଁ ସୈନିକ ଜଗିଵି ସୀମାକୁ 

ଶତ୍ରୁକୁ ସଂହାର କରି 

ମାଆ ମାଟି ପାଇଁ ଜୀବନକୁ ମୁହିଁ 

ତିଳ ତିଳ ମୋର କରି !!

ଡାକ୍ତର ହୋଇ ରୋଗୀ ସେବା କରି 

ହେବି ମୁଁ ଜୀବନେ ଧନ୍ୟ 

ସ୍ୱଚ୍ଛ ପରିବେଶ ଚିନ୍ତା କରିବି ମୁଁ 

ଝାଡୁଦାର ରୂପେ ଗଣ୍ୟ !!

ସବୁ ବେଳେ କରି ମାଟି ମାଆ ସେବା 

ଜୀବନ ମୋହର ଦେବି 

ଜଗତରେ ରଖି ସୁନାମ ତାହାର 

ଧନ୍ୟ ମୁହିଁ ବୋଲାଇବି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract