STORYMIRROR

Puspalata Sahoo

Abstract

4  

Puspalata Sahoo

Abstract

ମନର ମଣିଷ

ମନର ମଣିଷ

1 min
251

କିଏ କହେ ତୁମେ ସମ୍ପର୍କର ଅତି 

ନିବିଡ଼ ମଣିଷ ଟିଏ 

ମୋ ମନର ଝର୍କା ଦେଇ 

ଆସ ତୁମେ ସଧିରେ 

କିଏ କହେ !

 ଝରା ଶ୍ରାବଣର ଝର ଝର ପାଣି 

ବହି ଯାଏ ମୋର ତନୁ ଦେଇ 

ତୁମ ସେ ପ୍ରୀତିର ଅଭୁଲା ପୁଲକ 

 ହୃଦୟ କୁ ମୋର ଯାଏ ଛୁଇଁ 

କିଏ କହେ !

ମୋ ମନ ଆକାଶେ ଆଶା ପାରିଜାତ 

ଫୁଟିବ ଦିନେ ଭାବୁଛି 

ତୋଳି ନେବ ତାକୁ ଅତି ଆଦରରେ 

ସେ ଦିନ ଚାହିଁ ବସିଛି !

କିଏ କହେ ତୁମେ ମୋ ମନ ମଣିଷ 

ଆସିବ କେବେ ଭାବୁଛି !!

କିଏ କହେ !



Rate this content
Log in

Similar oriya poem from Abstract