STORYMIRROR

Puspalata Sahoo

Romance Tragedy

3  

Puspalata Sahoo

Romance Tragedy

ପ୍ରିୟା

ପ୍ରିୟା

1 min
194

କୋହ ଭରା କଣ୍ଠେ କହୁଛି ପ୍ରିୟା ମୁଁ 

ପକାଇ ତୁମରି ରାଣ 

ସବୁ ଲାଗେ ଆଜି ଏ ଜୀବନେ ତୁଛ 

କାନ୍ଦଇ ମୋର ପରାଣ !!


ତୁମେ ଗଲା ପରେ କି କହିବି ଆଉ 

ମୋ ମନ ଲାଗୁନି ଜମା 

ଫଟୋଟା ତୁମର ଦେଖି ଦେଖି ମୁହିଁ 

ଦିନ କାଟେ ତୁମ ବିନା !!


ଭଅଁର ଆସୁନି ଫୁଲବି ବାସୁନି 

ଜହ୍ନ ଲାଜ କରେ ନାହିଁ 

ମଳୟ ପବନ ହୋଇଲାଣି ଥିର 

କାକ ପିକ ଡାକୁନାହିଁ !!


କି କହିବି ଆଉ ମୋ ମନର ବ୍ୟଥା 

ତୁମେ ପରା ସବୁ ଜାଣ

ଫେରି ଆସ ତୁମେ ଆଉ ଥରେ ପ୍ରିୟା 

କିଣି ନିଅ ମୋର ମନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance