STORYMIRROR

Puspalata Sahoo

Others

4  

Puspalata Sahoo

Others

ବନ୍ଧୁ

ବନ୍ଧୁ

1 min
225

ସୁଖରେ ଦୁଃଖରେ ହସରେ କାନ୍ଦରେ 

ସଦା ଯିଏ ସାଥେ ଥାଏ 

ସେହି ମୋର ବନ୍ଧୁ ସତରେ ସ୍ୱପନେ 

ପାଖେ ପାଖେ ରହି ଥାଏ !!......(1)


ମେଳା ମହୋତ୍ସବ ଉତ୍ସବ ବ୍ୟସନ 

ରହି ସଙ୍ଗତରେ ମୋର 

କାମରେ ସାହାଯ୍ୟ କରିଥାଏ ସଦା 

ଭାଇ ପରି ଥାଏ ମୋର !!......(2)


ଏମିତିକା ବନ୍ଧୁ ଶ୍ମାଶନ ଘାଟରେ 

ଛାଇ ପରି ଭଲ ପାଏ 

ଜୀବ ଗଲା ବେଳେ କାନ୍ଧେ ନିଏ ବୋହି 

ନିର୍ମାଲ୍ୟ ପାଣି ବି ଦିଏ !!.....(3)


ବନ୍ଧୁ ହେବ ଯଦି ରଖିବ ମହତ 

ସୁଖେ ଦୁଃଖେ ହୋଇ ସାହା 

କେବେ ଭାବିବନି ପର ପରି ତାକୁ 

ଦେଖାଏ ଯେ ମୋତେ ରାହା !!......(4)


ଏମିତିକା ବନ୍ଧୁ ମିଳିଲେ ଜୀବନେ 

ଜୀବନଟା ଧନ୍ୟ ହେବ 

ଯେପରି ସୁଦାମା କୃଷ୍ଣର ବନ୍ଧୁତ୍ୱ 

ଜଗତରେ ରହିଥିବ !!.......(5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍