STORYMIRROR

Puspalata Sahoo

Inspirational

3  

Puspalata Sahoo

Inspirational

ମାଆ

ମାଆ

1 min
145

ଖିଆଲି ମନ ମୋର 

ଯେବେ ବାଟ ଚାଲିବାକୁ 

ଆଗକୁ ମାଡି ଚାଲେ 

ସେ ମୁହୂର୍ତ୍ତରେ ଖୋଜେ ମୁଁ 

ତୋର ଅନ୍ତରଙ୍ଗ ଭାବନା 

ଯିଏ ମୋତେ ଠିକ ରାସ୍ତାରେ 

ଯିବା ପାଇଁ ରାହା ଦେଖାଏ 

ଠିକ ଭୁଲ ବାଛିବାର 

ଭଲ ମନ୍ଦ ବୁଝିବାର 

ସତ୍ୟ ଅସତ୍ୟ ଜାଣିବାର 

ସବୁ ନିଚ୍ଛକ ସତ୍ୟକୁ ସାମ୍ନା କରିବାକୁ 

ସମ୍ପର୍କର ଜାଲରେ ଛନ୍ଦି ନ ହେବାକୁ 

ବାରମ୍ବାର ସତର୍କ କରେ 

ଏ ଦୁନିଆରେ ସବୁଠୁ ଦରଦୀ ହୃଦୟ 

ତୋ ପାଖରେ ଥାଏ 

ମାଆ ମୋର ତୁ

ଏ ଦୁନିଆରେ ସାହା ହେବାର 

ଏକ ମାଇଲ ଖୁଣ୍ଟ ସଦୃଶ 

ମୋ ଆଗରେ ପଛରେ ଚାରିଆଡେ 

ଛାଇ ପରି ରହିଥାଏ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational