STORYMIRROR

Puspanjali Panda

Abstract

3  

Puspanjali Panda

Abstract

ରତ୍ନଗିରି

ରତ୍ନଗିରି

1 min
171


ରତ୍ନଗିରି ବୌଦ୍ଧପୀଠର ଅତୀତ

ସମୟ ଦେଇଛି ସାରି

କର୍ପୁର ଉଡିଛି କନାପଡିଅଛି

ହୀରକ ତ୍ରିଭୁଜ ମେଲି।।

ପାଷାଣ ଗାତ୍ରରେ ନିହାଣ ପରଶେ

ଚୈତ୍ୟ ଥଲା ପଲ୍ଲବିତ

ସଂସାର ତ୍ୟାଗୀଭିକ୍ଷୁ ହୃଦଥିଲ

ଶୁନ୍ୟ ,କାମନା ମୁକ୍ତ ।।

ତୁମ ଜନପଦ ଜନରବ ଉକ୍ତି

ବୁଦ୍ଧ ଶରଣେ ମୁକ୍ତି

ସଂଘ ଶରଣ ଧର୍ମ ଶରଣ

ଦେଲା ଏ କିପରି ଶାସ୍ତି! ।

ଅତୀତପୃଷ୍ଠାରେ ଶାନ୍ତି ବାର୍ତ୍ତାର

ତୁମେ ଅଟ ମୁକସାକ୍ଷୀ

ଖଣ୍ଡିତ ଶୋଭା ବଖାଣୁଛି ବିଭା

ଶିଳା କୋଟିକାମ ମାଖି।।

ମୁଦ୍ରିତ ନୟନ ବୁଦ୍ଧଙ୍କ ମସ୍ତକ

ବିଶାଳ ଦ୍ୱାର ଫାଟକ

କିଏ ସେ ଗଢ଼ିଛି କେମିତି ଭାଙ୍ଗିଛି 

କେହି କଲେନି ଅଟକ?।।

ଧ୍ୱଂସ ସ୍ତୁପ ତଳୁ ଯାହାବି ପାଇଛୁ

ଆଖି ଯାଉଅଛି ଲାଖି

କି ନଥିବ ତୁମ ଶୋଭାର ଭଣ୍ଡାର !

ଅତୀତ ପାଉନି ଆଖି।।

ରତ୍ନଗିରି ପାଖେ ଆସିଲେ ଲାଗିବ

କରୁଣା ପରଶ ଧରି

ସତେକି ସିଦ୍ଧାର୍ଥ ଗୌତମ ବୁଦ୍ଧ

ଆସୁଛନ୍ତି ଅବତରୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract