STORYMIRROR

RAJANI KANTA SAHU

Abstract Others

3  

RAJANI KANTA SAHU

Abstract Others

ସହର

ସହର

1 min
249


ସକାଳୁ ସକାଳୁ ମୁଁ ପ୍ରସ୍ତୁତ ହେଇଯାଏ 

ଭିଡରେ ହଜିବା ପାଇଁ, 

କେଉଁ ଏକ ପ୍ରତିଯୋଗୀତାର ଘୋଡା ପରି

ପ୍ରତିଯୋଗୀତା କରିବା ପାଇଁ I


ଏଠି ସମସ୍ତେ ଧାଉଁଥାନ୍ତି

ଦିନ ଠୁଁ ରାତି ଜାଏଁ 

ରାତି ବି ଶୋଇବାର କେବେ ଦେଖିନି ଏଠି,

ଧୀରେ ଧୀରେ ରାତିର କାଳୀ ଅନ୍ଧାର

ହଜିବାର ଦେଖିଛି ଏଠି I


ମୁଁ ବି ନିଜକୁ ପ୍ରସ୍ତୁତ କରିନିଏ

ଏବ୍ଂ ଘରୁ ପଦାକୁ ବାହାରି ଯାଏ, 

ରାସ୍ତାର ପାର୍ଶ୍ଵରେ ଠିଆ ହେଇ

ସମସ୍ତଙ୍କୁ ଦୌଡିବାର ଦେଖେ 

ଗୋଟେ ଶ୍ୱାସରେ ଭରିନିଏ ସହରର

ସମସ୍ତ ଦୂଷିତ ବାୟୁକୁ 


ମୁଁ ବି ଦଉଡେ ଭିଡକୁ 

ଏବଂ ଭିଡରେ ହଜିବା ପର୍ଯ୍ୟନ୍ତ ଦୌଡୁଥାଏ I


ସବୁଦିନ ସକାଳୁ ହଜୁଥାଏ 

ଏବଂ ସବୁଦିନ ସନ୍ଧ୍ୟାରେ ପାଉଥାଏ 

ଏ ସହରର ଭିଡରେ ନିଜକୁ ମୁଁ I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract