STORYMIRROR

Umashankar Satpathy

Abstract

3  

Umashankar Satpathy

Abstract

ସମୟ

ସମୟ

1 min
268

କେବେ ମଳୟ ବସନ୍ତର

କେବେ ଝାଂଜିଖରା ବୈଶାଖର ।


ପୁଣି କେବେ ଆଶାଢ଼ର ଝଡ

ହାଡଭଙ୍ଗା ଶୀତର କୁହୁଡି ।


କେବେ ପୁଣି ଅବୁଝା କବିତା

ଶୁଷ୍କପ୍ରାୟ ଲିଭିଲା ସଳିତା ।


କେତେ ବ୍ୟଥା କେତେ ଉନ୍ମାଦନା

ଆନମନା ଭାଗ୍ୟର ତାଡନା ।


ଆଶା କେବେ ଜୀବନର ପରିଭାଷା

ବିଶ୍ୱାସର ନୂଆ ନୂଆ ଉଷା ।


କେତେ ଅଧା ଅଧୁରା ଏ ସ୍ବପ୍ନ

ଉଦାସୀନ କ୍ଲାନ୍ତ ଅପରାହ୍ନ ।


ବର୍ତ୍ତମାନ ଗତାୟତେ ଏ ଅତୀତ

ନିମିଷକେ ଉପସ୍ଥିତ ଭବିଷ୍ୟତ ।


କେତେ ଖରା କେତେ ଏଠି ଛାଇ

ଅସମ୍ପୂର୍ଣ ଜୀବନ ତ ଏଇ ।


સામગ્રીને રેટ આપો
લોગિન

Similar oriya poem from Abstract