Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ସନାତନ ଦାସ

Abstract

3  

ସନାତନ ଦାସ

Abstract

ବସନ୍ତ ଓ ତୁମେ

ବସନ୍ତ ଓ ତୁମେ

1 min
189



ଫିକା ଲାଗିଲାଣି ବସନ୍ତ,

ତୁମେ ଗଲା ଦିନଠାରୁ,

ଅଫେରା ନିରୁଦ୍ଦିଷ୍ଟ ହୋଇ,

ମୃଦୁ ମଳୟ କୁ ଚୋରାଇ ନେଇ !


ଫିକା ଲାଗିଲାଣି ବସନ୍ତ,

ରଙ୍ଗ ଅବିର ଯେବେଠୁ

ତୁମ ପଣତରେ ବାନ୍ଧି ହୋଇ

ତୁମ ପଣତକୁ ରଙ୍ଗୀନ୍ କରିଲାଣି !


ଫିକା ଲାଗିଲାଣି ବସନ୍ତ,

ଶୁଭୁନାହିଁ କୋଇଲିର ତାନ,

ଯାହା ସେ ଗାଉଥିଲା ନୀତି

ତୁମ ଉପସ୍ଥିତିରେ !


ଫିକା ଲାଗିଲାଣି ବସନ୍ତ

ନାହିଁ ପୁଷ୍ପର ସମ୍ଭାର,

ନାହିଁ ସେହି ବିମୋହିତ ବାସ୍ନା

ଥୁଣ୍ଟା ଗଛର ଶାଖା ପ୍ରଶାଖାରେ !


ଫିକା ଲାଗିଲାଣି ବସନ୍ତ,

ଧିରେ ଧିରେ ଉତ୍ତପ୍ତ କିରଣେ,

ଖୋଜିବୁଲେ ସେ ଉଷ୍ମତାରେ

ତୁମର ଶୀତଳ ପରଶ,

ତୁମ ଅବର୍ତ୍ତମାନରେ !


Rate this content
Log in