STORYMIRROR

Banalaxmi Mohanty

Abstract Others

3  

Banalaxmi Mohanty

Abstract Others

ଅନ୍ତରାଳେ

ଅନ୍ତରାଳେ

1 min
229


କି ସୁନ୍ଦର ଧରା ଗଢିଛ ହେ ସାଇଁ 

       ବୃକ୍ଷ ଲତା ବନ ଭୂଇଁ

ନଦ ନଦୀ ଝର ଓ ପ୍ରାଣୀ ଜଗତ 

       ଅନ୍ତରାଳେ ପ୍ରଭୁ ରହି।। 


ସବୁଜ ବନାନୀ ଓ ଶସ୍ୟ କେଦାର 

     ଦିଶଇ କେଡେ ମଞ୍ଜୁଳ

  ନଦୀ ବିତରଇ ସୁଶୀତଳ ଜଳ 

        ବୃକ୍ଷ ଦିଏ ଫୁଲ ଫଳ ।।

     

କୀଟ ପତଙ୍ଗ ଠୁ ପଶୁ ପକ୍ଷୀ ଗଣ

         ସୃଜି ଅଛ ଭିନ୍ନ ଭିନ୍ନ 

 ଫୁଲ ରେ ଭରିଛ ମଧୁର ସୁବାସ 

         ହରି ନିଏ ଜନ ମନ ।।


 କୋଇଲିର କଣ୍ଠେ ସୁମଧୁର ସ୍ବର

       ଗୁଣ୍ଡୁଚି ପିଠିରେ ଗାର

ଇନ୍ଦ୍ରଧନୁ ଦେହେ ସାତ ରଙ୍ଗ ପୁଣି

        ପ୍ରଜାପତି ମନୋହର।। 


ଅନ୍ତର୍ଯ୍ୟାମୀ ତୁମେ ଅନ୍ତରାଳେ ଥାଇ

       ଚଳାଉଛ ଏଇ ମହୀ

ତୁମରି ନିର୍ଦ୍ଦେଶେ ଦିବାରାତ୍ରି ହୁଏ

       ମାୟାରେ ପ୍ରାଣୀ ଭ୍ରମଇ।।


ଦୁନିଆର ଏଇ ରଙ୍ଗମଞ୍ଚେ ପ୍ରଭୁ

     ଆମେ ସବୁ କଳାକାର

ଅନ୍ତରାଳେ ଥାଇ ଧରିଛ ପ୍ରଭୁହେ

     ସଭିଙ୍କ ଜୀବନ ଡୋର।। 


 ସତ୍ୟ ଧର୍ମ ପଥେ ଘେନିଯାଅ ପ୍ରଭୁ 

      ଅନ୍ତରାଳେ ତୁମେ ରହି

 ଜୀବନ ଦୀପ ମୋ ଲିଭିଯାଉ ପ୍ରଭୁ

     ତୁମ ନାମ ଗାଇ ଗାଇ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract