STORYMIRROR

Puspanjali Panda

Abstract

3  

Puspanjali Panda

Abstract

ବାଜିମାତ

ବାଜିମାତ

1 min
221


  

ସ୍ତବ୍ଧ ଆଉ ସଭିଏଁ ଚକିତ....!!

ଜୀବନକୁ ମୃତ୍ୟୁ କରେ 

ସଦା ବାଜିମାତ ।

ସଂସାରର ଚିରନ୍ତନ ସତ୍ୟ

ଆସିଲେ ତ ଯିବାଟା ନିଶ୍ଚିତ

ହେଲେ ଏତେ ବେଳାବେଳି

ମୃତ୍ୟୁକୁ କେମିତି କଲ 

ଜୀବନ ଠୁ ଏତେ ଆପଣାର?

ସତେ କଣ ତା ସହ ଥିଲା ତୁମ ଏତେ ପରିଚିତ?

ନା ଆମେ ମାନିନେବୁ ସହଜରେ !

ସବୁଥାଏ ବିଧି ନିର୍ଦ୍ଧାରିତ?

ଜୀବନରେ ମୃତ୍ୟୁର ତ ନାହିଁ ନୂତନତ୍ୱ ।

ତଥାପି ଗ୍ରହଣ କେବେ ହୁଏନାହିଁ

ହୃଦ ହୁଏ ସଦା ବ୍ୟାକୁଳିତ।

ବନ୍ଧୁ ରେ ! ଖାଲିଯାହା ତୁମଲାଗି,

ତୁମ କଥା ଭାବି ,

ନୀରବରେ କରୁ ଅଶ୍ରୁପାତ।।

ଆସନ୍ତନି ଫେରି...!

ମୃତ୍ୟୁର ଦ୍ୱାରଦେଶ ଭାଙ୍ଗି?

ହୁଅନ୍ତା ନି ?ଖାଲିଥିବା ଶୁନ୍ୟର ପୂର୍ଣ୍ଣତା

ଦେଖନ୍ତେ ସଭିଏଁ ତୁମ

ଆମାୟିକ ହସର ଗଭିରତା।

ସମ୍ଭବ ତ ନୁହେଁ

ମନେ ମନେ ଝୁରିବୁ ସଭିଏଁ।

ଯେଉଁଠି ଯେଉଁ ଦେଶରେ ଥାଅ ତୁମେ

ଆତ୍ମା ତୁମ ଭଲରେ ରହୁ

ଈଶ୍ୱରଙ୍କ ପାଖେ ପାଖେ ରହି

ସଦା ଶାନ୍ତି ପାଉଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract