ବାଜିମାତ
ବାଜିମାତ
ସ୍ତବ୍ଧ ଆଉ ସଭିଏଁ ଚକିତ....!!
ଜୀବନକୁ ମୃତ୍ୟୁ କରେ
ସଦା ବାଜିମାତ ।
ସଂସାରର ଚିରନ୍ତନ ସତ୍ୟ
ଆସିଲେ ତ ଯିବାଟା ନିଶ୍ଚିତ
ହେଲେ ଏତେ ବେଳାବେଳି
ମୃତ୍ୟୁକୁ କେମିତି କଲ
ଜୀବନ ଠୁ ଏତେ ଆପଣାର?
ସତେ କଣ ତା ସହ ଥିଲା ତୁମ ଏତେ ପରିଚିତ?
ନା ଆମେ ମାନିନେବୁ ସହଜରେ !
ସବୁଥାଏ ବିଧି ନିର୍ଦ୍ଧାରିତ?
ଜୀବନରେ ମୃତ୍ୟୁର ତ ନାହିଁ ନୂତନତ୍ୱ ।
ତଥାପି ଗ୍ରହଣ କେବେ ହୁଏନାହିଁ
ହୃଦ ହୁଏ ସଦା ବ୍ୟାକୁଳିତ।
ବନ୍ଧୁ ରେ ! ଖାଲିଯାହା ତୁମଲାଗି,
ତୁମ କଥା ଭାବି ,
ନୀରବରେ କରୁ ଅଶ୍ରୁପାତ।।
ଆସନ୍ତନି ଫେରି...!
ମୃତ୍ୟୁର ଦ୍ୱାରଦେଶ ଭାଙ୍ଗି?
ହୁଅନ୍ତା ନି ?ଖାଲିଥିବା ଶୁନ୍ୟର ପୂର୍ଣ୍ଣତା
ଦେଖନ୍ତେ ସଭିଏଁ ତୁମ
ଆମାୟିକ ହସର ଗଭିରତା।
ସମ୍ଭବ ତ ନୁହେଁ
ମନେ ମନେ ଝୁରିବୁ ସଭିଏଁ।
ଯେଉଁଠି ଯେଉଁ ଦେଶରେ ଥାଅ ତୁମେ
ଆତ୍ମା ତୁମ ଭଲରେ ରହୁ
ଈଶ୍ୱରଙ୍କ ପାଖେ ପାଖେ ରହି
ସଦା ଶାନ୍ତି ପାଉଥାଉ।
