Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract

3  

Rama chandra Pradhan

Abstract

କାଶତଣ୍ଡୀ

କାଶତଣ୍ଡୀ

1 min
228


ଶରତ ମରତେ କାଶତଣ୍ଡୀ ହସେ

ଚଉଦିଗ ଚମକାଇ

ଶରତ ଆସିଛି ମାଆ ଦୁର୍ଗାଙ୍କର

ଆଗମନୀ ବାର୍ତ୍ତା ଗାଇ ।

ନଈପଠା ଧାରେ ପବନ ଗାଉଛି

କାଶତଣ୍ଡୀ ପାଇଁ ଗୀତ

ନିର୍ମଳ ଆକାଶେ ଧଳା ମେଘ ଭାସେ

ଯେସନ ଜଳରେ ପୋତ ।

ନେତ୍ର ଭରିଯାଏ ଧବଳ ବର୍ଣ୍ଣରେ

ଦେଖି କାଶତଣ୍ଡୀ ମାଳ

ସତରେ ଅନନ୍ୟ ପୁଷ୍କରିଣୀ ଜଳେ

କଞ୍ଜ କୁମୁଦଙ୍କ ମେଳ ।

ନବ ବସନରେ ରମଣୀ ଯେମିତି

ଦିଶେ ଭାରି ରମଣୀୟ

କାଶତଣ୍ଡୀ ଫୁଲେ ଶରତ ସେମିତି

 ଲାଗଇ ସୌନ୍ଦର୍ଯ୍ୟମୟ ।

କାଶତଣ୍ଡୀ ଫୁଲ ଚାମର ସ୍ପର୍ଶରେ

ଝଲସେ ଶରତ ଭୂଇଁ

ପାର୍ବଣ ମହକେ ମନ ନାଚି ଉଠେ

ହୃଦୟକୁ ପୁରା ଛୁଇଁ ।



Rate this content
Log in

Similar oriya poem from Abstract