ସତ୍ଯ ବଚନ
ସତ୍ଯ ବଚନ
କର୍ମର ନିମନ୍ତେ ମନୁଷ୍ୟ ଜୀବନ
ପ୍ରଭୁ ଭିଆଣଟି ଏହୁ
କପାଳ ଲିଖନ ସମୟ ଆସିଲେ
ନଦୀ ତୀରେ ଯାଏ ସେହୁ।୧।
ନଦୀ ତୀରେ ହୁଏ ପିଣ୍ଡର ଦହନ
ସାଂସାରିକ କର୍ମେ ଏହୁ,
ପଡେ ପିଣ୍ଡ ପୁଣି ରୀତିନୀତିରେଟି
ପୁରୋହିତ ଦ୍ବାରା ଏହୁ।୨।
ଜୀବନର ଲୀଳା ସରି ଯାଏ ତାର
ପଛେ ରହି ଯାଏ ସବୁ,
ଆତ୍ମାଟି ଯାଇ ପରମାତ୍ମାରେ ମିଶେ
ସ୍ମୃତି ରହି ଯାଏ ସବୁ।୩।
ସ୍ବପ୍ନ ପରି ଲାଗେ ବନ୍ଧୁ କୁଟୁମ୍ବଙ୍କୁ
ନ ରୁହେଟି ତାର କିଛି,
ସ୍ତ୍ରୀ ପୁତ୍ର ତାର ହିଁ କରନ୍ତି ରୋଦନ
ଭୁଲି ଯାନ୍ତି ସବୁ କିଛି।୪।
ଏକଲା ପଥରେ ଜନ୍ମଟି ତାହାର
ମୃତ୍ୟୁ ଭି ତାର ଏକଲା,
ଯାଏନି ସଙ୍ଗରେ କିଛି ଭି ତାହାର
ପ୍ରଭୁ ଲୋକେ ଭି ଏକଲା।୫।
ପ୍ରଭୁଙ୍କର ଲୀଳା ଅପୁର୍ବଟି ଅଟେ
ଜ୍ଞାନ ନାହିଁ କାହା ପାଖେ,
ସେହୁ ହିଁ ଜାଣନ୍ତି ଲିଖନ ଘଟଣା
ନାହିଁ ଅନ୍ୟ କାର ପାଖେ।୬।
ସ୍ମୃତି ରହି ଯାଏ ସୁ କର୍ମର ଫଳ
ଜନେ ଜନେ ଗୁଞ୍ଜୁ ଥାଏ,
ଇତିହାସ ହୁଏ ତା କଲା କର୍ମର
ଜଗତେ ପ୍ରେରଣ ଦିଏ।୭।
କର୍ମର ନିମନ୍ତେ ମନୁଷ୍ୟ ଜୀବନ
ପ୍ରଭୁ ଭିଆଣଟି ଏହୁ,
କପାଳ ଲିଖନ ସମୟ ଆସିଲେ
ନଦୀ ତୀରେ ଯାଏ ସେହୁ।୮।