STORYMIRROR

Puspanjali Panda

Abstract Others

3  

Puspanjali Panda

Abstract Others

ହୃଦୟ ବାନ୍ଧବ

ହୃଦୟ ବାନ୍ଧବ

1 min
236


ହୃଦୟ ବାନ୍ଧବ ହେ, ସଖା ସୁହୃଦ ମମ

ଅବ୍ୟକ୍ତ ଭାଷା ଭାବ କେବେ ମୋର ବୁଝିବ 

ଅଧର ଧରିନାହିଁ କେବେ ବି ତୁମ ନାମ

ସେପାଇଁ ଆତ୍ମା ମୋର ସତେ କି ଉଦ୍ଧାରିବ।।


ପକ୍ୱ ପଳିତ କେଶ ଦେଲାଣି ଚେତାବନୀ

ଅନନ୍ତ ସମୁଦ୍ରରେ ଢେଉ ଯେ ଉଠିଲାଣି

ଲଙ୍ଘନ କରିବାକୁ ସଂସାର ସ୍ରୋତସ୍ୱନୀ

ଅଞାତ ଆୟୁଷରେ ସାଜୁଛି ଅନୁଦାନୀ।।


ବାଲ୍ୟ କୈଶୋର ବିତି ଯାଇଛି ଧୁଳିଖେଳେ

ଜୀବନ ଜମୁନାରେ ଯୌବନ ମାଦକତା

ଅଣ୍ଟିଲା ନାହିଁ କିଛି ସମୟ ପଶା ଖେଳେ

ପ୍ରାଣ ପ୍ରୟାଣ ବେଳେ କିମ୍ପାଇଁ ନୀରବତା।।


ଅସୀମ ଅନ୍ଧକାର ଦେଖି ହରାଏ ଞାନ

କ୍ଲାନ୍ତି ଅବସାଦେରେ ଝୁରୁଛି ପ୍ରିୟତମ

ଯିବାକୁ ହେବ ଦିନେ, ନଯିବାପାଇଁ ମନ

ଘଟରୁ ଘାଟଯାଏ ଉଦଗ୍ର ତନୁମମ।।


ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟେ ତୁମେତ ବିଶ୍ୱମୟ

ତରଣୀ ଫୁଟାମୋର ତାରଣ କି ନହେବ

ଶୁଣିଛି ସର୍ବୋପରି ତୁମେ ଶେଷ ଆଶ୍ରୟ

ଶୀତଳ ଆଲିଙ୍ଗନ ସତେ କେବେ ମିଳିବ।।


ମାଗୁଛି ବୋଲି ଲାଜ କରିବି କାହିଁ ପାଇଁ

ତୁମେତ ଦାତା, ସର୍ବେ କରୁଣା ର ଭିକାରୀ

ତୁମରି ଇଚ୍ଛାରେ ଏ ଧରାରେ ରହିଥାଇଁ

ରଖିଲେ ରଖ ବାରେ ନହେଲେ ଦିଅ ମାରି।।


ଜାଣିନି ସ୍ମୃତି ଅବା ବିସ୍ମୃତ ହେଇଥିବ

ତୁଣ୍ଡରେ ତୁମ ନାମ ଥିବ କିବା ନଥିବ 

ହୃଦୟ ବାନ୍ଧବ ହେ,ମୋ କଥା କି ରଖିବ

ପ୍ରାଣ ପ୍ରୟାଣ କାଳେ ଟିକିଏ ଦେଖାଦେବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract