STORYMIRROR

Durga Prasad Panda

Abstract

4  

Durga Prasad Panda

Abstract

ଅମୃତ କାଳ ଚାଲିଛି!

ଅମୃତ କାଳ ଚାଲିଛି!

1 min
10

ଅମୃତ କାଳ ଚାଲିଛି!!!!

ପେଟ୍ରୋଲ ଗ୍ୟାସ ଡାଲି ଚିନି ଦର ହୁ ହୁ ହୋଇ ବଢୁଛି,

ପରିବା ଦରରେ ମଧ୍ୟବିତ୍ତ ଟିର ପରିବାର ପରା ମରୁଛି,

ପଖାଳ କଂସାର ଦର ଶୁଣି କରି ଚଷା ପେଟ ଏଠି ପୁରୁଛି।


ଅମୃତ କାଳ ଚାଲିଛି!!!

ସଂରକ୍ଷଣ ଲାଗି ସାଧାରଣ ଆଜି ଅନେକ ଯାତନା ଭୋଗୁଛି,

ଗୋଟିଏ ମା ର ଦୁଇ ପୁଅ ପାଇଁ ଭିନ୍ନ ଭିନ୍ନ ନୀତି ଲାଗୁଛି,

ସଂରକ୍ଷଣ ଲାଗି ଅନେକ ପ୍ରତିଭା ବଣମଲ୍ଲୀ ହେଇ ଝଡୁଛି।


ଅମୃତ କାଳ ଚାଲିଛି!!!

ଜାତି ଧର୍ମ ବର୍ଣ୍ଣ ଭିତ୍ତିରେ ଏଠି ପଦବୀ ବଣ୍ଟନ ହେଉଛି,

ଫମ୍ପା ଭାଷଣରେ ଦେଶ ମୋର ଏଠି ପ୍ରତିଦିନ ପ୍ରଗତି କରୁଛି,

ସରକାରୀ କଳ ବେସରକାରୀ ଙ୍କୁ ଦାନ ଦେଇ ଦେଇ ଚାଲୁଛି।


ଅମୃତ କାଳ ଚାଲିଛି!!!

ସର୍କାରୀ ଗୁମାସ୍ତା ଦରମା କାଟିକି ନେତାଙ୍କ ପକେଟ୍ ଭରୁଛି,

ଚାକିରି ମାଗିଲେ ଚା ଠେଲା ପାଇଁ, ବିଜୁଳି ମାଗିଲେ ସୂର୍ଯ୍ୟ ଘର ପାଇଁ ଲୋନ୍ ଏଠାରେ ମିଳୁଛି,

ଶିକ୍ଷକ ବିହିନ ବିଦ୍ୟାଳୟେ ଏଠି ମୋ ପିଲା କଲେକ୍ଟର ସ୍ୱପ୍ନ ଦେଖୁଛି,

ଡାକ୍ତର ବିହିନ ଡାକ୍ତରଖାନା ଟା ନର୍ସ ଦୟାରେ ଖୋଲୁଛି।


ଅମୃତ କାଳ ଚାଲିଛି!!!

ପରୀକ୍ଷା ର ପ୍ରଶ୍ନ ଆଗ ରାତିରୁ ମୋବାଇଲ ରେ ଘୁରି ବୁଲୁଛି,

ଦିନ ଦ୍ବିପହରରେ ରାଜରାସ୍ତାରେ ଜନତାଙ୍କ ବିଶ୍ୱାସ ର ନିଲାମ ଚାଲିଛି,

ଦୁର୍ନୀତି, ନିଶା, କଳା ବଜାରି ଆଉ ଗୁଣ୍ଡାରାଜରେ ମୋ ଦେଶ ଆଗେଇ ଚାଲିଛି।


ଅମୃତ କାଳ ଚାଲିଛି!!!

ସୋସିଆଲ ମିଡ଼ିଆରେ ରାମରାଜ୍ୟ ଏଠି ଆସିଛି,

ଗେରୁଆ ଗାମୁଛା ଯୁବପିଢୀ ଙ୍କର ଫେସନ ପାଲଟି ଯାଇଛି,

ବିରୋଧ କରିଲେ ଦେଶଦ୍ରୋହି କହି ଖୋଲାବଜାରରେ ବାକ୍ ସ୍ୱାଧୀନତାର କଣ୍ଠରୋଧ କରାଯାଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract