STORYMIRROR

Durga Prasad Panda

Others

3  

Durga Prasad Panda

Others

ପଖାଳ

ପଖାଳ

1 min
202

ଓଡ଼ିଶାର ଆତ୍ମା ଓଡ଼ିଆଙ୍କ ପ୍ରାଣ 

ପଖାଳ କଂସାରେ ଥାଏ ସଭିଙ୍କର ମନ।

ଲୁଣ ଲଙ୍କା ପିଆଜ ରେ ଖାଇ ହେଇଯାଏ 

ଶାଗ ଆଳୁ ଆମ୍ବୁଲରେ ମନ ପରା ହଜେ।

ଭଜା ହଉ ଅବା ବାଡି ବାଇଗଣ ପୋଡା 

ତରକାରୀ ସାଥେ ମିଳୁ ଟିକେ ବଡ଼ିଚୁରା।

ସବୁଥିରେ ପଖାଳ ପେଟ ଭରି ପାରେ 

ଗରିବ ଠୁ ବଡ ଲୋକ ସବୁ ଖାଇ ଯାଏ।

ଖରାଦିନେ ସ୍ଵାସ୍ଥ୍ୟର ଏ ଉପକାରୀ ଖାଦ୍ୟ 

ଖାଇଲେ ଦୂରେଇ ରହେ ସବୁ ପରା ରୋଗ।

ପ୍ରାକୃତିକ ପାନୀୟ ଯେ ତାହାରି ତୋରାଣି 

ପିଇଲେ ଝାଞ୍ଜି ଲାଗେନା ପେଟ ଭଲ ପୁଣି।

ଆମିଷ ହେଉ ଅବା ନିରାମିଷ ସାଥେ 

ପଖାଳ କଂସାଏ ଉଡେ ଆତ୍ମା ତୃପ୍ତ ହୁଏ।

କାଳିଆର ଭାରି ପ୍ରିୟ ସେ ପଖାଳ କଂସା 

ଟଙ୍କ ତୋରାଣିରେ ପ୍ରତି ଓଡ଼ିଆଙ୍କ ଆଶା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍