କଳା ଚଷମା
କଳା ଚଷମା
1 min
59
କଳା ଚଷମା ଟା ଆଖିର ଲୁହକୁ
ଯଦି କେବେ ପୁଣି ଲୁଚାଇ ପାରନ୍ତା,
ରଙ୍ଗୀନ କପଡା ମନର ମଳିକୁ
ଦୁନିଆ ଆଗରୁ ପୋଛି ଦେଇଥାନ୍ତା।
ସବୁ ଲୋକ ପୁଣି କଳା ଚଷମା ରେ
ନିଜର କୋହ କୁ ଲୁଚାଇ ରଖନ୍ତା,
ସୁନ୍ଦର ଚେହେରା ଦୁନିଆ ଆଖିରେ
ଭଲ ମଣିଷ ର ରୂପ ସେ ନିଅନ୍ତା।
ସାମ୍ନା ଲୋକ ସିନା ଚଷମା ଉହାଡେ
ଲୁହ ଚିହ୍ନିବାକୁ ଧୋକା ଖାଇଯାନ୍ତା,
ମନର ମଣିଷ ମୁଁହ ର ଭାଷାରେ
ମନର କୋହ କୁ ତକ୍ଷଣେ ଚିହ୍ନନ୍ତା।
