STORYMIRROR

Durga Prasad Panda

Others

2  

Durga Prasad Panda

Others

କଳା ଚଷମା

କଳା ଚଷମା

1 min
48

କଳା ଚଷମା ଟା ଆଖିର ଲୁହକୁ

ଯଦି କେବେ ପୁଣି ଲୁଚାଇ ପାରନ୍ତା,

ରଙ୍ଗୀନ କପଡା ମନର ମଳିକୁ

ଦୁନିଆ ଆଗରୁ ପୋଛି ଦେଇଥାନ୍ତା।

ସବୁ ଲୋକ ପୁଣି କଳା ଚଷମା ରେ

ନିଜର କୋହ କୁ ଲୁଚାଇ ରଖନ୍ତା,

ସୁନ୍ଦର ଚେହେରା ଦୁନିଆ ଆଖିରେ

ଭଲ ମଣିଷ ର ରୂପ ସେ ନିଅନ୍ତା।

ସାମ୍ନା ଲୋକ ସିନା ଚଷମା ଉହାଡେ

ଲୁହ ଚିହ୍ନିବାକୁ ଧୋକା ଖାଇଯାନ୍ତା,

ମନର ମଣିଷ ମୁଁହ ର ଭାଷାରେ

ମନର କୋହ କୁ ତକ୍ଷଣେ ଚିହ୍ନନ୍ତା।


Rate this content
Log in