STORYMIRROR

Durga Prasad Panda

Romance Fantasy

3  

Durga Prasad Panda

Romance Fantasy

ସେଦିନର ସଞ୍ଜ

ସେଦିନର ସଞ୍ଜ

1 min
176

ସେଦିନର ସଞ୍ଜ କିଛି ଅଲଗା ଥିଲା

ତୁ ଥିଲୁ, ମୁଁ ଥିଲି, ଜହ୍ନ ବି ଥିଲା

ତୋ ଆଖିରେ ଲାଜ ଥିଲା

ମୋ ମନରେ ଭୟ ଥିଲା

ଜହ୍ନ ଆମର ଏ ଅବସ୍ଥାରେ ସତେ ହସୁଥିଲା।


ଦୁଇ ମନ ର ମିଳନ ହେଲା

ଦୁଇ ଆତ୍ମାର ବନ୍ଧନ ହେଲା

ପରସ୍ପରକୁ ବୁଝିବାର ପ୍ରତିଶୃତିରେ

ଆମ ସମ୍ପର୍କର ସୀମା ନିର୍ଦ୍ଧାରଣ ହେଇଥିଲା।


ଆଜିର ସଞ୍ଜ ବି ବହୁତ ଅଲଗା

ମୁଁ ଅଛି, ଜହ୍ନ ଅଛି ତୋର ନାହିଁ ଦେଖା

ଆଜି ମୋ ମନରେ କୋହ, ତୋ ଆଖିରେ ଲୁହ

ମୋର ଏ ଅବସ୍ଥାରେ ଜହ୍ନ ବି ବାଦଲରେ ଲୁଚଉଛି ମୁହଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance