STORYMIRROR

Durga Prasad Panda

Abstract

3  

Durga Prasad Panda

Abstract

ରାମଙ୍କ ମନ୍ଦିର

ରାମଙ୍କ ମନ୍ଦିର

1 min
216

କି ହୋଇବ ସ୍ୱର୍ଣ୍ଣର ରାମ ମନ୍ଦିର!

ରାମ ରାଜ୍ୟ ତ ଏ ଦେଶରେ ସ୍ୱପ୍ନ

ଅନ୍ୟାୟ ଅନିତି ହତ୍ୟାରେ

ରକ୍ତ ରଞ୍ଜିତ ଶାସକର ହାତ

ପ୍ରତି ଘରେ ସୀତା ଏଠି କାନ୍ଦେ

ଭୃଣ ହତ୍ୟା, ଅତ୍ୟାଚାର ଆଉ ଯୈାତୁକର ଲୋଭେ।।


ମିଥ୍ୟା ଏଠି ରାଜଧର୍ମ ସାଜେ

ଲୋଭ ମୋହ ଅହଂ ଈର୍ଷ୍ୟା ଦ୍ୱେଷେ

ଗରିବ ମରେ ଖାଦ୍ୟ ବିହୁନେ

ଅଶିକ୍ଷାରେ ଯୈାବନ ମରେ

ଧର୍ମକୁ ଢାଲ ବନେଇ

ରାଜନୀତିର ସାମ୍ରାଜ୍ୟ ଚାଲେ

ଅହିଂସା ଚୁଲିରେ ଜଳେ

ପ୍ରତିଶୃତି କିଏ ଯେ ପାଳେ?

ହସିବେ କି ରାମ ମୋ ଏଠି ସ୍ୱର୍ଣ୍ଣର ମହଲେ ରହିଲେ?


#ସିଧାକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract