STORYMIRROR

Pramod Kumar Jena

Others Inspirational Abstract

3  

Pramod Kumar Jena

Others Inspirational Abstract

ନୂଆ ଖେଳ

ନୂଆ ଖେଳ

2 mins
13.2K


ଆ ସଙ୍ଗାତ ଆ ମଇତ୍ର

ଖେଳିବାରେ ନୂଆ ଖେଳ

ନୁହେଁ କିରିକେଟ ନୁହେଁ ଭଲିବଲ

ନୁହେଁ ହକି ଫୁଟୁବଲ (1)


ଧୋବ ଧବଳିଆ ପୋଷାକ ପିନ୍ଧିବା

ଚିହ୍ନଟା ଖାଲି ଅଲଗା

ଶାସକ ବିରୋଧି ଗାଦିରେ ବସିବା

ଯେମିତି ବଳିଆ ଜଗା (2)


ଦିନ ଆଲୁଅରେ ପଙ୍କ ବୋଳା ବୋଳି

ରାତିରେ ରଙ୍ଗ ମହଲ

ଲୋକଙ୍କ ଆଗରେ ଗାଳି ମନ୍ଦ କରି

ଅନ୍ଧାରେ ଖୋଲ ବୋତଲ (3)


ଖର୍ଚ୍ଚବାର୍ଚ କିଛି କରିବାକୁ ପଡେ

କରିବୁନି ଅବଶୋଷ

ଥରେ ବୁଣି ଦେଲେ ଅମଳ କରୁଥା

ଗଣିକି ପାଞ୍ଚ ବରଷ(4)

ବଢିଆ ସବୁଠୁ ରାଜନୀତି ଖେଳ

ମିଛରେ ଲଢନ୍ତି ନେତା

ତାଙ୍କ ହାର ଜିତ୍ ଲୋକ ଦେଖାଣିଆ

ହାରନ୍ତି ଖାଲି ଜନତା (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍