STORYMIRROR

Kishore Nayak

Comedy Children

3  

Kishore Nayak

Comedy Children

ବିଲେଇ ନାନୀର ବାହାଘର

ବିଲେଇ ନାନୀର ବାହାଘର

1 min
92


ବିଲେଇ ନାନୀର ବାହାଘର 

ମୂଷା ଭାଇନା ସାଜିଛି ବର 

ହୋଇଛି ଭୋଜିଭାତ 

ଆସ ସଙ୍ଗାତ ଆସରେ ମିତ 

ଗାଇବା ଆମେ ଗୀତ ।।

ମୂଷା ଭାଇନା ବର ବେଶରେ 

ରୋଷଣୀ କରି ଆସେ 

ବିଲେଇ ନାନୀ ଚାହିଁ ବସିଛି 

ସାଜି କନିଆଁ ବେଶେ ।।

ଆସରେ ଯିବା ଏକାଠି ବୁଲି 

ବିଲେଇ ନାନୀ ଘର 

ବାଜିବ ଶଙ୍ଖ ମହୁରୀ ବାଜା 

ଦେଖିବା ବାହାଘର ।।

ଖାଇବା ବସି ମନ ଖୁସିରେ 

ଏକାଠି ଭୋଜିଭାତ 

ବାହାଘରରେ କରିବା କାମ 

ହାତେ ମିଳାଇ ହାତ ।।

ରାତି ପାହିଲା ସକାଳ ହେଲା 

ସରିଲା ବାହାଘର 

ବିଲେଇ ନାନୀ କନିଆଁ ଆମ 

ମୂଷା ଭାଇନା ବର ।।

ସବୁ ସରିଲା ହେବରେ ଏବେ 

ବର କନିଆଁ ବିଦା 

ବିଲେଇ ନାନୀ ଆଖିରୁ ଲୁହ 

ଝରଇ ଗଦା ଗଦା ।।

ଗାଡ଼ିରେ ବସି ବିଲେଇ ନାନୀ 

ଶାଶୁ ଘରକୁ ଯିବ 

ନାନୀ ଆମର ଭାରି ସୁନ୍ଦର 

ତା'ପରି କିଏ ହବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy