Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Comedy

3  

KRUTIBAS NAYAK

Comedy

ଆମ ଭୁବନେଶ୍ୱର

ଆମ ଭୁବନେଶ୍ୱର

1 min
12K


ଆମ ରାଜଧାନୀ ଭୁବନେଶ୍ୱରରେ ସବୁ କାମହୁଏ ଫାଷ୍ଟ, 

ଚାଲାନ୍ତିନି କେହି ଦଉଡ଼ନ୍ତି ସବୁ ଭାବୁଛନ୍ତି ଆମେ ସ୍ମାର୍ଟ |


ଭଲରେ ନ କହି ଭଲସେ କହନ୍ତି କିନ୍ତୁକୁ କହନ୍ତି ବଟ,

ଚିଠି ଲେଖନ୍ତିନି କଥା କହନ୍ତିନି ଫୋନରେ ହୁଏ ଚାଟ | 


ପିଣ୍ଡାରେ କେ କାଳେ ଆଶ୍ରା ନେଇଯିବ ଲଗାନ୍ତି ବିରାଟ ଗେଟ,

ମର୍ଣ୍ଣିଂ ୱାକ ନାମରେ ବୁଲନ୍ତି କମେଇବେ ତାଙ୍କ ଫ୍ୟାଟ |

 

ପାହାନ୍ତାରୁ ଉଠି ଫୁଲଚୋରି ପାଇଁ କରନ୍ତି ମାଇପେ ନାଟ,

ସାହାଯ୍ୟ କରିବା ଦାନ ଧର୍ମ ବେଳେ କାଟି ପଳାଇବେ ବାଟ |


ପାଞ୍ଚ ଟଙ୍କିଆ ତ ସ୍ମାର୍ଟ ଅଛନ୍ତି ଆହାର କେନ୍ଦ୍ରରେ ଭେଟ,

ମାଗଣାଖିଆ ବି ବହୁତ ସ୍ମାର୍ଟ ବୁଲନ୍ତି ଫୁଲେଇ ପେଟ |


ଚୋରମାନେ ଏଠି ସ୍ମାର୍ଟ ଅଛନ୍ତି କରୁଛନ୍ତି ଲୁଟପାଟ,

ସ୍ମାର୍ଟ ପୁଲିସ ହାବୁଡ଼େ ପଡ଼ିଲେ କହନ୍ତି ଚାଲାଣ କାଟ |


ଗାଈ-ଷଣ୍ଢ ଏଠି ସବୁଠୁ ସ୍ମାର୍ଟ ପାଇଛନ୍ତି ସିଏ ପାଆସ,

କୁକୁରଙ୍କ କଥା କୁହନାହିଁ ଆଉ ରାସ୍ତାରେ ତାଙ୍କର ରାଆସ | 


ସରକାରୀ ବାବୁ କର୍ମଚାରୀଙ୍କର କାମକମ କଥାବେଶି,

ଅଳପ ଲାଞ୍ଚରେ କାମହୁଏ ନାହିଁ ଅଧିକରେ ମନଖୁସି |



Rate this content
Log in