STORYMIRROR

Tankadhar Majhi

Comedy Inspirational Others

3  

Tankadhar Majhi

Comedy Inspirational Others

ମୁଁ କ'ଣ ଭୁଲ ଦେଖିଥିଲି

ମୁଁ କ'ଣ ଭୁଲ ଦେଖିଥିଲି

1 min
46

ବାଷ୍ପ ଭଳି ତୁମ ହସ

ଭାରି ଭଲ ଲାଗେ 

ହେଲେ ତୁମ ଗୋଡ଼ ଦୁଇ

ଛିଣ୍ଡା ଚପଲ ପିନ୍ଧି 

ଛିଡା ହୋଇଥିଲା ଯେ

ମୁଁ କ'ଣ ଭୁଲ ଦେଖିଲି !!


ନିଦ ଅସଳି ନଥିଲା

ସ୍ବପ୍ନ ନକଲି ନଥିଲା

ଗେଣ୍ଡୁ ଫୁଲ ପରି ତୁମେ

ଛଳନା ପାହାଡ଼ ଚଢ଼ି 

ଅଣ୍ଟା ଭାଙ୍ଗୁଥିଲ ବେଳେ 

ମୁଁ କ'ଣ ଭୁଲ ଦେଖିଥିଲି !!


ମୁକୁଳା ମୁଣ୍ଡ ବାଳ

ବିଗିଡି ବିଛିଡି ପଡିଛି

ତୁମର ନାରୀ ଚରିତ୍ର

ଆଖି ମିଟିମିଟି କରି 

ପ୍ରେମ ପ୍ରେତାତ୍ମା ସାଜି

ଝିଙ୍କାରି ଓଠକୁ ଓଠ

ରକ୍ତ ଶୋଷୁଥିଲା ବେଳେ

ମୁଁ କ'ଣ ଭୁଲ ଦେଖିଥିଲି !!


ଭିଡ଼ ପରବ ଯାଗାରେ

ଜଣେ ଭିଡ଼ି ଧରିଲା ଗାମୁଛା 

ନାନା ତୁମର ଓଢଣୀ ଥିଲା

ପ୍ରେମାଳୁ ଚାହାଣୀ ମାରି 

ଶକ୍ତ ଚାପୁଡ଼ା ଦେଇଥିଲ ଯେ

ମୋ ନିଦ ଭାଙ୍ଗି ଯାଇଥିଲା 

ମୁଁ କ'ଣ ଭୁଲ ଦେଖିଥିଲି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy