ଆଧୁନିକ ସାବିତ୍ରୀ
ଆଧୁନିକ ସାବିତ୍ରୀ


କରୋନା ଭୂତାଣୁ ଲକ ଡ଼ାଉନରେ
ବଢ଼ିଛି ସଉଦା ଦର
ସାବିତ୍ରୀ କହିଛି ବଜାରୁ ସଉଦା
ଆଣିବୁ ସକଳ ବର
ପୂଜାର ସାମଗ୍ରୀ ସିନ୍ଦୂର, ଆଇନା,
ପାଦର ଅଳତା, ଚୁଡ଼ି
ପଣସ,ସପୁରୀ, କଦଳୀ, ଶ୍ରୀଫଳ
ମନ ପସନ୍ଦର ଶାଢ଼ୀ ।
ସତ୍ୟବାନ କହେ ଶୁଣଲୋ ସାବିତ୍ରୀ
ବଢିନି ମହଙ୍ଗା ଭତ୍ତା
ଯେତିକି ଆଣିବି ମାନିକି ଚଲିବୁ
ନ ହେଲେ ମରିବ ଭର୍ତ୍ତା
ସତ୍ୟ ଯୁଗେ ସିନା ମୃତ୍ୟୁରୁ ବଞ୍ଚାଇ
ଯମକୁ ମାଗିଲା ବର
କଳି ଯୁଗେ ତୁହି କାହାକୁ ମାଗିବୁ
ଛାଡ଼ିବ କରୋନା ଜ୍ଵର ।
ଯମ ଆସୁଥିଲେ ମଇଁଷି ଉପରେ
ଉଠାଇ ନେବାକୁ ମର
ଏବେ ନ ଆସିବେ ଛୁଇଁବାକୁ କେହି
ସ୍ୱାମୀକୁ ନେବାକୁ ତୋର
ନାରୀର ଆଦର୍ଶ ପତିର ଆୟୁଷ
ଥିଲା ସାବିତ୍ରୀର ଦାବି
ଏଯୁଗେ ସାବିତ୍ରୀ ମଙ୍ଗଳ ମନାସି
ଅଣ୍ଟାରେ ମାଗଇ ଚାବି।
ବାରିପଡା ତୁହି ଜଙ୍ଗଲ କି ଯିବୁ
ଆଣିବୁ ଘର ସଉଦା
ମଟର ଗାଢ଼ିରେ ପଟ ପଟ କରି
ଯାଉଛୁ ବଜାର ସଦା
ସାବିତ୍ରୀ ବ୍ରତରେ ହୋଇଲେ ଗୁହାରି
କହୁଛୁ ମୋତେ ପୁରାଣ
ରୁହ ସତ୍ୟବାନ ଓଷା ବ୍ରତ ସରୁ
ଶୁଣିବୁ ମୋର ଜଣାଣ ।
ସାତ ଜନମରେ
ଭୁଲିବୁ ନି ମୋତେ
କେମିତି ତୁମ ସାବିତ୍ରୀ
ଯମ ପାଶେ ଯାଇ ମାଗୁଛି ଜୀବନ
ଧରାଶାୟୀ ଅଭିନେତ୍ରୀ
ଅଣ୍ଟାରେ ଭିଢିବି ଦେବା ପାଟ ଶାଢ଼ୀ
ହାତେ ଧରି ଝାଡୁବାଡି
ମାଗିବି ଯମକୁ ବଞ୍ଚାଅ ଜୀବନ
ଧରି ତୁମ ନିଶଦାଢି ।
ଶୁଣି ସତ୍ୟବାନ ରକ୍ଷା କର କହି
ପହଞ୍ଚି ଗଲା ସେ ଆଗେ
ମୃତ୍ୟୁର ଦେବତା ଦେଖି ସତ୍ୟବାନ
ଦଉଡି ଆସିଲା ବେଗେ
ସାବିତ୍ରୀକୁ ଭେଟି ବୁଝାଇ କହିଲା
ଭ୍ରମ ହେଲା କି ମାଆଁ ମତ୍ତି
ନ କଲେ ନ କର ସାବିତ୍ରୀ ବ୍ରତ ମାଁ
ରଖ ଜୀବନ ତୋ ପତି ।
ନ ହେଲେ ମାଆଁ ଲୋ ଦୁନିଆ କହିବେ
ଏହା କି ସାବିତ୍ରୀ ବ୍ରତ
ଘରେ ପସୁ ପସୁ ତୁଳିଆ ବାଜୁଛି
ହସିବେ ସାରା ଜଗତ
ଘଇତା ପାଦରେ ମୁଣ୍ଡିଆ ମାରିଲେ
ନ ହେବ ମୋଠାରେ ଦୋଷ
ନାରୀ ଜନ୍ମ ହେବ ସଂସାରେ ନମସ୍ୟ
ରହିବ ସାବିତ୍ରୀ ଯଶ ।
ଶୁଣି ଯମ ବାଣୀ ମର୍ଡ଼ଣ୍ଣ ସାବିତ୍ରୀ
କହିଲା ଓଢଣୀ ଟାଣି
ସର୍ଟ ଡ଼ାଉନ ରେ ଯିବିନି ମନ୍ଦିର
ପୂଜିବି ପତି ପୟର
ଆମିଷ ଖାଇବି ଲିପିଷ୍ଟିକ ମାଖି
ପାଦରେ ଅଳତା ଟାଣି
ଘାରିଛି ସାବିତ୍ରୀ ଓଷା ବ୍ରତ କଥା
ହେବି ମୁଁ ମଉଡମଣି ।