STORYMIRROR

Santosh Kumar Nayak

Comedy Romance Others

3  

Santosh Kumar Nayak

Comedy Romance Others

ବିରହ ବେଦନା

ବିରହ ବେଦନା

1 min
12.4K

😂😂ବିରହ ବେଦନା 😂😂


ମୌସୁମୀ ସକ୍ରିୟ  ଅଶାନ୍ତ ହୃଦୟ

    ସଙ୍ଗହୀନ ଏଇ ରାତି,

ପରାଣ ଅଥୟ    ଯନ୍ତ୍ରଣା ଅସହ୍ଯ

    ମନ ଖୋଜେ ପ୍ରିୟା ପ୍ରୀତି।

ଉନ୍ମୁକ୍ତ ନୟନ    ଏକାନ୍ତ ଶୟନ

     ବୁଝିବ କେ ମନକଥା?

ରାଧାନାଥ ରାୟ   ମେଘଦୂତ ପ୍ରାୟ

     ପଠାଉଛି ମୁଁ ବାରତା।

ଶୁଣ ମେଘରାଜ   ନ କରିଣ ଲାଜ

     କହିବ ପ୍ରିୟାକୁ ଯାଇ,

ବିରହ ବେଦନା   କରେ ଆନମନା

     ପାରୁନାହିଁ ଜମା ସହି।

ପ୍ରିୟା ମୋ ଗେହ୍ଲେଇ ହୋଇବ ଫୁଲେଇ

     ଦର୍ଶନ ମାତ୍ରକେ ତୁମ,

ଆସିବନି ଫେରି   ଅଭିମାନ କରି

     ନ ସାରି ତୁମରି କାମ।

ଗୋଟିଗୋଟି ଗଣି  କହିବ ବଖାଣି

     ଯାହା ଘଟିଅଛି ଏଠି,

ଥିଲି ଭୀମପରି   ତାକୁ ଝୁରିଝୁରି

      ହେଲିଣି ମୁଁ ଦାନ୍ତକାଠି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy