STORYMIRROR

Santosh Mishra

Comedy

3  

Santosh Mishra

Comedy

କିଏ ସେ ବାନ୍ଧିଲା ରାକ୍ଷୀ

କିଏ ସେ ବାନ୍ଧିଲା ରାକ୍ଷୀ

1 min
72

ବନ୍ଧୁତା ଦିବସେ ଗାର୍ଲଫ୍ରେଣ୍ଡ ସହ

ବେଶି ବାର୍ତ୍ତାଳାପ ହୋଇ ଗଲା,

ସେ ଦୃଶ୍ୟ ଦେଖିକି ପତ୍ନୀଟା ମୋହର

ମୁହଁକୁ ଫୁଲେଇ ବସିଗଲା,

ମୋତେ ସେ ଅଡ଼ର ଦେଇଗଲା,

କହିବ ଫ୍ରେଣ୍ଡ କୁ ରାକ୍ଷୀ ସେ ବାନ୍ଧିବ

ରାକ୍ଷୀ ପୁର୍ଣିମା ଟା ଆସିଗଲା  ।୧।


ଫ୍ରେଣ୍ଡ କୁ କହିଲି ବାହା ହୋଇଗଲି

ମୋ ହାତରେ ରାକ୍ଷୀ ବାନ୍ଧିଦେଵ,

ରାକ୍ଷୀ ପଠାଇଲା ପୋଷ୍ଟରେ ସେ ମୋତେ

କହିଲା ରାକ୍ଷୀକୁ ପିନ୍ଧିଦେଵ,

ରାକ୍ଷୀ ପୂର୍ଣ୍ଣିମା ଯେ ଆସିଗଲା,

ଧରିଥିଲି ରାକ୍ଷୀ କେମିତି ବାନ୍ଧିବି

ଦେଖି ପତ୍ନୀ ତାକୁ ବାନ୍ଧିଦେଲା ।୨।


ଗାର୍ଲଫ୍ରେଣ୍ଡ ମୋର ପଚାରୁଛି ମୋତେ

ରାକ୍ଷୀ ହାତରେ କିଏ ବାନ୍ଧିଲା,

ଦୋକାନରୁ କିଣି ଦେଇଛି ପଠାଇ

ଯିଏ ବାନ୍ଧିଲା ଭଉଣୀ ହେଲା,

କହିଲି ମୋର ଭାଗ୍ୟ ଖୋଲିଲା,

ପତ୍ନୀଟା ମୋହର ଭଉଣୀ ହୋଇବ

ଗାର୍ଲଫ୍ରେଣ୍ଡ ପ୍ରେମ ଜମିଗଲା ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy