ଟୁଇଷ୍ଟ
ଟୁଇଷ୍ଟ


ସକାଳ ସକାଳ ଖବରରେ
ବିକାଶ ଦୁବେ ଏନ୍କାଉଣ୍ଟର
ଅବା ଆଦିତ୍ୟ ଦାସ ର ଆତ୍ମହତ୍ୟା
ପୁଣି ବାୟୁ ରେ ବୁଲୁଛି କରୋନା ଭୁତାଣୁ
ଯେତେ ସବୁ ଲିଷ୍ଟ
ଭିତରେ ସତରେ କେତେ ଟୁଇଷ୍ଟ
ଜଗନ୍ନାଥ ତୁମେ ଦାରୁଭୁତ ନା ପାଳଭୂତ
ତୁମ ଉପରେ ବି ମଣିଷ ର ଦୃଷ୍ଟି
ବିଚିତ୍ର ତୁମ ସୃଷ୍ଟି ରେ ତମେ ନିଜେ ବଡ଼ ଟୁଇଷ୍ଟ
ସେଥିରେ ଶ୍ରବଣରେ ଅଳ୍ପବୃଷ୍ଟି
ପୁଣି ପରୋକ୍ଷ ରେ ମାଳିକା ର କଷ୍ଟି
ଏସବୁ ଭିତରେ ବଂଚିବାର ମିଷ୍ଟି
ସତରେ ଗୋଟେ ବଡ଼ ଟୁଇଷ୍ଟ
କେବଳ ଲୋଡ଼ା କାଳିଆ ଙ୍କ କୃପାଦୃଷ୍ଟି.