STORYMIRROR

SOUBHAGYABATI GIRI

Comedy

3  

SOUBHAGYABATI GIRI

Comedy

ମୁଁ ଯଦି କେବେ ମନ୍ତ୍ରୀ ହେବି

ମୁଁ ଯଦି କେବେ ମନ୍ତ୍ରୀ ହେବି

1 min
47

ଯଦି କେବେ ମତେ ଦିନେ ମନ୍ତ୍ରୀପଦ ମିଳେ

ଲୁଟିଲୁଟି ଖାଇଦେବି ପଦବୀର ବଳେ


ବାହୁବଳୀ ସାଜିବି ମୁଁ ବିନା ବାହୁବଳେ

ଶିକ୍ଷା ସ୍ୱାସ୍ଥ୍ୟ ଲୁଚାଇବି ମୋର ପାଦତଳେ


ସତ୍ୟକୁ କବର ଦେଇ ହେବି ମିଥ୍ୟାବାଦୀ

ଦୁର୍ନୀତିପୂର୍ଣ୍ଣ କରିବି ମୋ ଶାସନଗାଦୀ


ସବୁବେଳେ ଜଗିଥିବି ଯୁବବରଗଙ୍କୁ 

ମଦପାଣି ଦେଇ ହାତେ ରଖିଥିବି ତାଙ୍କୁ


ଚାକିରୀ ମୁଁ ରଖିବିନି ହାତ ପାହାନ୍ତାରେ

ବେକାର ହେଇକି ସବୁ ବୁଲିବେ ବଜାରେ


ରାଜନୀତି କରୁଥିବେ ସିଏ ଡେଇଁଡେଇଁ

ଅଧା ଆଖି ବୁଜି ମୁହିଁ ଶୋଇଥିବି ଚେଇଁ


ମଦ ପିଆଇ ସଭିଙ୍କୁ କରିବି ନିଶାଡି

ବାଟଘାଟ ପଡୁଥିବେ ସିଏ ମୁହଁ ମାଡି


ମୁରୁକିକି ହସୁଥିବି ତାଙ୍କୁ ଦେଖିଦେଖି

ସିଏ ଚାହିଁଦେଲେ ମୁହିଁ ବୁଜିଦେବି ଆଖି


ଯୁବକମାନେ ତ ଯଦି ଡେଉଁଥିବେ ଏଠି

ବୁଢାବୁଢୀ ଶିଶୁମାନେ କି କରିବେ ସେଠି


ସୁରକ୍ଷାକବଚ ହେବି ଗୁଣ୍ଡା ମାନଙ୍କର

ମାଫିଆ ମାନଙ୍କୁ ନିତି ଦେବି ଉପହାର


ବଢି ଚାଲିଥିବ ଯଉତୁକ ନିର୍ଯାତନା

ଲୁଣ୍ଠନ ଧର୍ଷଣ ସାଥେ ଲାଞ୍ଛନା ତାଡନା


ଦ୍ରୁତଗତିରେ ଯେ ଅପରାଧ ବଢୁଥିବ 

ମୁହିଁ ବସିଥିବି ସାଜି ବିରାଡି ବୈଷ୍ଣବ


ମିଡିଆବାଲାଙ୍କୁ ରଖି ଆଙ୍ଗୁଠି ଅଗରେ

ଥେଇଥେଇ ନଚେଇବି ମୋର ଇସାରାରେ


ମୋର ପଥରେ ଯଦିକେ ସାଜିଯିବ କଣ୍ଟା  

ଦିନରାତି ତାକୁ ମୁଁ କରିବି ହଟହଟା


ଦେଶଉନ୍ନତିକୁ ପୂରା ଅଟକାଇ ଦେବି

ନିଜ ଉନ୍ନତିରେ ସଦା ବ୍ୟସ୍ତ ମୁଁ ରହିବି


ଯଦି କେହି ଜାଣିଦେବ ମୋ କୂଟନୀତିକୁ

ମାଣିଆରୁ କିଛି ଫିଙ୍ଗି ଦେବି ତା ମୁହଁକୁ


ମୋ ବିରୋଧେ କହିବାକୁ ଯଦି ଭାବୁଥିବ

ମାଣିଆ ସ୍ପର୍ଶରେ ପାଟି ବନ୍ଦ ହେଇଯିବ


ଚାରି ବର୍ଷ ଛଅ ମାସ ଭଲକି ଲୁଟିବି

ଶେଷ ଛଅ ମାସ ଜନସେବା ମୁଁ କରିବି


ସେତକ ଦିନ ମୁଁ ଖରାବର୍ଷା ନ ମାନିବି

ଏଣେତେଣେ ବୁଲିବୁଲି ସଭା ମୁଁ କରିବି


ଟୋକାଟାକିରିଆ ଦେଖି ଦେବି ମଦପାଣି

ପେଟ୍ରୋଲ ପକେଇ ଦେବି ବାଇକିରେ ପୁଣି


ବୁଢାବୁଢୀଙ୍କୁ ଦେଖିଲେ ହାତ ଯୋଡୁଥିବି

ଦର୍କାର ପଡିଲେ ଗୋଡତଳେ ପଡିଯିବି


ବାଟ ଚାଲିବି ଯେହ୍ନେ ମୁଁ ଶାନ୍ତ ଓ ସୁଧାର

ପକାଇ ଦେବି ମୁଁ ପୁଣି ପାଣିରେ ଯେ ସର


କଥା କହିଦେଲେ ହୋଇ ଭକ୍ତି ଗଦଗଦ

ଗାଦି ମୋ ଫେରିପାଇବି ପୁଣି ମନ୍ତ୍ରୀପଦ


ସେତକ ମିଳିଲେ ହେବି ଚରଣଚୁତିଆ

ପୁଣି ପାଞ୍ଚବର୍ଷ ଯାଏ ବୁଲେଇବି ଭୂଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy